News by Maheswar Behera (Athagarh)

ସ୍ୱାସ୍ଥ୍ୟ ବିଭାଗର ନିଆରା ପ୍ରୟାସ: ମେଘା ସେକ୍ଟରରେ ଶାଶୁ ଓ ବୋହୁ ସମ୍ମିଳନୀ

News by Maheswar Behera (Athagarh)

#ଆଠଗଡ(ଏନ୍‌.ଏମ୍‌.): ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶରେ ମେଘା ସେକ୍ଟର ବେଣ୍ଟପଦା ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ଆନୁକୁଲ୍ୟରେ ବେଣ୍ଟପଦା ଗ୍ରାମର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶାଶୁ ଓ ବୋହୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍ଲମ୍‌ଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ସମ୍ମିଳନୀରେ ଛୋଟ ପରିବାର ସୁଖି ପରିବାର, ଜନ ସଂଖ୍ୟା ନିୟନ୍ତ୍ରଣ, ମାତୃ ଓ ଶିଶୁ ମୃତ୍ୟୁହାରର ନିୟନ୍ତ୍ରଣ ଉଦ୍ଦେଶ୍ୟରେ ପରିବାର ନିୟୋଜନ ନିମନ୍ତେ ମିଳୁଥିବା ସରକାରୀ ସୁବିଧା ସୁଯୋଗ ଏବଂ ଅସ୍ଥାୟୀ ଓ ସ୍ଥାୟୀ ପଦ୍ଧତି ଇତ୍ୟାଦି ସମ୍ପର୍କରେ ଶାଶୁ-ବୋହୂଙ୍କ ମଧ୍ୟରେ ସଚେତନତା ସୃଷ୍ଟିକରି ସେବା ଓ ସୁବିଧା ଯୋଗାଇ ଦେବା; ଗ୍ରାମରେ ଥିବାଅନ୍ୟ ପରିବାରକୁ ସଚେତନ ବାର୍ତ୍ତା ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି କହିଥିଲେ । ଏହି ଅବସରରେ ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀଣୀ କବିତା ରାଣୀ ଦାସ ମୁଖ୍ୟଅତିଥି, ବେଣ୍ଟପଦା ପଞ୍ଚାୟତ ସରପଞ୍ଚ ଶ୍ରୀକାନ୍ତ ପଣ୍ଡା, ପରିଦର୍ଶିକା ବିଚିତ୍ରପ୍ରଭା ଦେଇ, ବେଣ୍ଟପଦା ସ୍ୱାସ୍ଥ୍ୟ ଆରୋଗ କେନ୍ଦ୍ରର ସିଏଚଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ବେଣ୍ଟପଦା ଉପକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ସୁରେଖା ପ୍ରଧାନ, ବିଜୟ କୁମାର ଜେନାଙ୍କ ସମେତ ସମସ୍ତ ଆଶାକର୍ମୀ ଅଙ୍ଗନବାଡି କର୍ମୀ ଏବଂ ଶାଶୁ- ବୋହୂ ଯୋଗଦାନ କରିଥିଲେ କାର୍ଯ୍ୟକ୍ରମରେ ନୂଆ ବାହା ହୋଇଥିବା ବୋହୁ ଓ ତାଙ୍କ ଶାଶୁ, ବିପଦ ସଙ୍କୁଳ ବୋହୁ ଓତାଙ୍କ ଶାଶୁ, ୩ ପିଲାରୁ ଉର୍ଦ୍ଧ୍ୱ ବୋହୁ ଓ ତାଙ୍କ ଶାଶୁ, ପରିବାର ନିୟୋଜନ ଗ୍ରହଣ କରିନଥିବା ବୋହୁ ଓ ତାଙ୍କ ଶାଶୁ, ଯେଉଁ ବୋହୁ ବାହାଘରର ୨ବର୍ଷ ପରେ ଗର୍ଭଧାରଣ କରିଥିବେ ଓ ୨ୟ ସନ୍ତାନ ୩ ବର୍ଷ ଅନ୍ତରରେ କରିଥିବେ, ପରିବାର ନିୟୋଜନ ସେବା ଅସ୍ଥାୟୀ ଓ ସ୍ଥାୟୀ ରୂପେ ଗ୍ରହଣ କରିଥିବା ବୋହୂ ଓ ତାଙ୍କ ଶାଶୁ ଯୋଗ ଦେଇଥିଲେ । ପରିବାର ନିୟୋଜନ ସମ୍ପର୍କୀତ ସେବା ଓ ସୁବିଧା କେଉଁଠାରେ ଉପଲବ୍ଧ ଏବଂ ପରିବାର ନିୟୋଜନ ସମସ୍ତ ପସନ୍ଦ ସେବା କିପରି ନେବେ ଶାଶୁ ଓ ବୋହୁଙ୍କୁ ଅବଗତ କରାଯାଇଥିଲା । ବେଲୁନ ଖେଳ ମାଧ୍ୟମରେ ଛୋଟ ପରିବାର ସୁଖର ସମ୍ଭାର ବାର୍ତ୍ତା ଦିଆଯାଇଥିଲା । ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ବିଜେତା ବୋହୁଙ୍କୁ ଚମ୍ପିଆନ ବୋହୁ ଭାବେ ଭାରତୀ ବେହେରା, ପିଙ୍କି ନାୟକଙ୍କୁ ପ୍ରଥମ ପୁରସ୍କାର, ରଶ୍ମିତା ମହାପାତ୍ରଙ୍କୁ୨ୟ ପୁରସ୍କାର,ସୁଜାତା ସାହୁଙ୍କୁ ୩ୟ ପୁରସ୍କାର ଓ ସବିତା ନାୟକଙ୍କୁ ଶାନ୍ତ୍ୱାନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ଧନ୍ୟବାଦ ଦେବା ସହ ଛୋଟ ପରିବାର ଖୁସିର ଆଧାର ବାର୍ତ୍ତା ଦିଆଯାଇଥିଲା ।

By admin

Leave a Reply

Your email address will not be published. Required fields are marked *