ସ୍ୱାଧୀନ ମେୟର ପ୍ରାର୍ଥୀ ଆଜାଦଙ୍କ ବାଇକ ରାଲି

ସ୍ୱାଧୀନ ମେୟର ପ୍ରାର୍ଥୀ ଆଜାଦଙ୍କ ବାଇକ ରାଲି

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମରେ ନିର୍ବାଚନୀ ଉଷ୍ମତା ଶେଷ ସୀମାରେ ପହଞ୍ôଚ ଯାଇଛି । ଆସନ୍ତା ୨୪ତାରିଖ ପ୍ରାର୍ଥୀମାନଙ୍କ ଭାଗ୍ୟ ଇଭିଏମ ମେସିନରେ ପରୀକ୍ଷା ହେବ । ତେଣୁ ବିଭିନ୍ନ ୱାର୍ଡ଼ରେ ଆଜି ପ୍ରାର୍ଥୀମାନଙ୍କ ଶକ୍ତିପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ବିଶେଷ କରି ଶାସକ ଦଳର ହେଭିୱେଟ ନେତା ପ୍ରଚାର କରୁଥିବାବେଳେ ସ୍ୱାଧୀନ ପ୍ରାର୍ଥୀମଧ୍ୟ ପଛରେ ରହିନାହାନ୍ତି । ସେମାନେ ମଧ୍ୟ ଅତୀତର ଲୋକସେବାକୁ ପୁଞ୍ଜିକରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । କଟକ ସହରରେ ବସ୍ତିବାସିନ୍ଦାଙ୍କ ଭୋଟ ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଥିବାବେଳେ ଏଥର ବସ୍ତିଭୋଟକୁ ସ୍ୱାଧୀନ ମେୟର ପ୍ରାର୍ଥୀ ବୃନ୍ଦାବନ ଦାସ ଆଜାଦ ନିଜ ଅକ୍ତିଆରରେ ରଖିଥିବା ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ଧରି ବସ୍ତିବାସିନ୍ଦାଙ୍କ ସ୍ୱାର୍ଥରେ ନିୟୋଜିତ ଥିବା ଶ୍ରୀ ଆଜାଦ ଏଥର ମେୟର ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେ ନାଗରା ଚିହ୍ନରେ ନିର୍ବାଚନ ଲଢ଼ୁଥିବାବେଳେ ତାଙ୍କର ପ୍ରଚାର ନିଆରା ଢଙ୍ଗରେ ଚାଲିଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ଆଜାଦଙ୍କ ସପକ୍ଷରେ ବସ୍ତିବାସିନ୍ଦାମାନେ ଏକ ବିରାଟ ବାଇକ ଶୋଭାଯାତ୍ରାରେ କଟକର ବିଭିନ୍ନ ଅଞ୍ଚଳ ବୁଲି ମେୟର ପଦବୀ ପାଇଁ ନାଗରା ଚିହ୍ନରେ ଭୋଟ ଦେବାକୁ ସମର୍ଥକମାନେ ନିବେଦନ କରିଥିଲେ । ଏହି ବାଇକ ଶୋଭାଯାତ୍ରା ନୂଆପଡା ବାଲିସାହି ଠାରୁ ବାହାରି ଛତ୍ର ବଜାର, କଲେଜ ଛକ, ରାଣୀହାଟ, ମଙ୍ଗଳାବାଗ, ଷ୍ଟାଡିୟମ, ବିଜୁ ପଟ୍ଟନାୟକ ଛକ ଇତ୍ୟାଦି ଅଞ୍ଚଳରେ ସ୍ଲୋଗାନ ଦେଇ ପରିକ୍ରମା କରି ଆଜାଦଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ, ଏହି ରାଲିରେ ଶ୍ରୀ ଆଜାଦଙ୍କ ବ୍ୟତୀତ ସର୍ବଶ୍ରୀ ବୁଦ୍ଧିଆ ବିଶ୍ୱାଳ, ଶମ୍ଭୁନାଥ ହାଁସଦା,ସୁରେଶ ମୁର୍ମୁ, ଗିଦା ମୁର୍ମୁ, ମଙ୍ଗଳ ମାଝୀ, ବିକାଶ ମାଝୀ, ଗୋପାଳ ମୁର୍ମୁ, ଶରତ ବିଶ୍ୱାଳ, ଦିପୁ ହାଁସଦା, ମହେନ୍ଦ୍ର ହେମ୍ବ୍ରମ, ମଦନ ସୋରେନ, ସଞ୍ଜୟ ମୁର୍ମୁ, କଚେ ମୁର୍ମୁ ପ୍ରମୁଖ ନେତୃତ୍ୱ ନେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *