ସ୍ୱାଧୀନତା ସଂଗ୍ରାମୀ ଚକ୍ରଧର ବେହେରାଙ୍କ ଜୟନ୍ତୀରେ ବୃକ୍ଷରୋପଣ

ସ୍ୱାଧୀନତା ସଂଗ୍ରାମୀ ଚକ୍ରଧର ବେହେରାଙ୍କ ଜୟନ୍ତୀରେ ବୃକ୍ଷରୋପଣ

News By Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ଭଦ୍ରକ ବିଧାୟକ ସ୍ୱର୍ଗତ ଚକ୍ରଧର ବେହେରାଙ୍କ ୧୨୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସିଏମସି ୫୮ନମ୍ବର ୱାର୍ଡ଼ ଓ ୫୯ ନମ୍ବର ୱାର୍ଡ଼ର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା । ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦାନ ପରିଡ଼ା, ମମତା ମହାନ୍ତି, ସ୍ୱାଧୀନଚେତା ମହାନ୍ତି, ବିଚିତ୍ରାନନ୍ଦ ଦଳେଇ, ପ୍ରତାପ ନଗରୀ ସମ୍ପାଦକ ପ୍ରମୋଦ କୁମାର ବେହେରା, ପାର୍ଥସାରଥୀ ସାହୁ, ସୁହାନା ବେଗମ, ଦିପାଞ୍ଜଳୀ ଖୁଣ୍ଟିଆ, ପ୍ରଦୀପ ବେହେରା ପ୍ରମୁଖ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧିୟ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ମୁରବୀ, ବୁଦ୍ଧିଜୀବୀ ଉପସ୍ଥିତଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *