News by Smruti Ranjan Tripathy (Cuttack)

ସ୍ୱାଧୀନତା ସଂଗ୍ରାମୀ ଗୌରାଙ୍ଗ ଚରଣ ଦାସ ଓ ଶଶିଭୂଷଣ ଦାସଙ୍କ ସ୍ମୃତିସଭା

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ଅନ୍ୟୟ ଶୋଷଣ ଓ କୁସଂସ୍କାର ବିରୁଦ୍ଧରେ ଆଜୀବନ ସଂଗ୍ରାମ ପାଇଁ ସ୍ୱାଧୀନତା ସଂଗ୍ରାମୀ ଗୌରାଙ୍ଗ ଚରଣ ଦାସ ଓ ଶଶିଭୂଷଣ ଦାସ ସ୍ମରଣୀୟ ହୋଇ ରହିବେ ବୋଲି ଐତିହାସିକ ସ୍ୱରାଜ ଆଶ୍ରମ ଠାରେ ଆୟୋଜିତ ସ୍ମୃତି ସଭାରେ ବକ୍ତାମାନେ ପ୍ରକାଶ କରିଛନ୍ତି । ଗାନ୍ଧୀବାଦୀ, ସମାଜବାଦୀ ଗୌରାଙ୍ଗ ଚରଣ ବାବୁ ଜାତୀୟ ମୁକ୍ତି ଓ ଗଡଜାତ ପ୍ରଜା ଆନ୍ଦୋଳନରେ ନେତୃତ୍ୱ ଦେଇ ସଂଘର୍ଷମୟ ଜୀବଦଶାରେ ୬ ବର୍ଷରୁ ଅଧିକ କାଳ କାରାଦଣ୍ଡ ଭୋଗିଛନ୍ତି ଓ ପୁଲିସ୍ ଅତ୍ୟାଚାର ନିର୍ଯାତନାର ଶିକାର ହୋଇଛନ୍ତି । ଓଡିଶାରେ ସମାଜବାଦୀ ଆନ୍ଦୋଳନ ଓ କୃଷକ ଆନ୍ଦୋଳନର ନେତୃତ୍ୱ ଦେଇ ଚାଷୀ ମୂଲିଆଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିଛନ୍ତି । ସ୍ୱାଧୀନୋତ୍ତର ଭାରତରେ ଏବେ ମଧ୍ୟ କୃଷକଙ୍କ ସମସ୍ୟର ଅନ୍ତ ହୋଇନାହିଁ । ସାମ୍ପ୍ରଦାୟିକ ସଦଭାବ, ଜାତି ବର୍ଣ୍ଣ ବିଲୋପରେ ଏକ ମୁକ୍ତ ଓ ସୁସ୍ଥ ସମାଜ ଗଠନ ଆଦି ସ୍ୱାଧୀନତା ସଂଗ୍ରାମର ମୂଲ୍ୟବୋଧକୁ ବଜାୟ ରଖିଲେ ତାହାହିଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଗୌରାଙ୍ଗ ଚରଣ ଦାସଙ୍କ ୫୧ତମ ଓ ଶଶିଭୂଷଣ ଦାସଙ୍କ ୧୨ତମ ବାର୍ଷିକୀ ସ୍ମୃତି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ କହିଛନ୍ତି । ସଂଗ୍ରାମୀ ଫୋରମ୍ ଆନୁକୁଲ୍ୟରେ ଆୟୋଜିତ ସ୍ମୃତି ସଭାରେ ବରିଷ୍ଠ ସାମ୍ବାଦିକ ଡ. ସତ୍ୟ ରାୟ ପୌରହିତ୍ୟରେ ପ୍ରଫେସର ଡ. ପାବକ କାନୁନଗୋ, ମେୟର ସୁବାସ ସିଂ, ଗାନ୍ଧୀବାଦୀ ପ୍ରବକ୍ତା ପ୍ରହଲାଦ ସିଂ, ବୈଜ୍ଞାନିକ ଡକ୍ଟର ଜ୍ଞାନଦେବ ମହାରଣା, ସମତା ମଞ୍ଚ ସଭାପତି ଚିତ୍ତରଞ୍ଜନ ମହାନ୍ତି, ଗାନ୍ଧୀ ପ୍ରତିଷ୍ଠାନର ସଭାପତି ତଥା କ୍ୟାଟ୍‌ର ଉପାଧ୍ୟକ୍ଷ ମନୋରଞ୍ଜନ ମହାନ୍ତି, ଇସ୍କଫ୍‌ର ସଂପାଦକ ବିଜୟ ପଢିଆରୀ, ଏସ୍‌ୟୁସିଆଇ(ସି) ନେତା ବିଶ୍ୱାବସୁ ଦାସ, ସମାଜସେବୀ ଅକ୍ଷୟ ଦାସ, ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ଆବାହକ ଖଗେଶ୍ୱର ସେଠୀ, ଡ. ବିଶ୍ୱଜିତ୍‌, ଲକ୍ଷ୍ମୀ ପ୍ରିୟା ମହାନ୍ତି, ପ୍ରଶାନ୍ତ ନାୟକ, ଡକ୍ଟର ରବିରଞ୍ଜନ ସାହୁ, ଆଇନଜୀବୀ ସସ୍ମିତା ପଟ୍ଟନାୟକ, ଏଆଇଟିୟୁସି ନେତା କିଶୋର ଜେନା, ଡଲି ଦାସ, ତାପସ ଦ୍ୱିବେଦୀ, ଏନାମୁଲ୍ ହକ୍‌, ଶଶିଭୂଷଣ ଦାସ, ଗଗନ ଚନ୍ଦ୍ର ମେହେର, ଭୁବନାନନ୍ଦ ମହାନ୍ତି, ଦେବୀପ୍ରସନ୍ନ ମହାପାତ୍ର ମାଧବ ଚନ୍ଦ୍ର ସ୍ୱାଇଁ, ଡ. ବସନ୍ତ କୁମାରୀ ନନ୍ଦ, କେଦାରନାଥ ବେହେରା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରାରମ୍ଭରେ ଇନ୍ଦୁମତୀ ସାହୁ ଓ ମାଳତୀ ପାତ୍ର ଗାନ୍ଧୀ ଭଜନ ଗାନ କରିଥିଲେ । ରାଧାମୋହନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

By admin

Leave a Reply

Your email address will not be published. Required fields are marked *