ସ୍ୱର୍ଗୀୟା ସରୋଜିନୀ ସାହୁଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା

କଟକ(ଏନ୍.ଏମ୍.): ସ୍ଥାନୀୟ ମହାନଦୀ ବିହାରସ୍ଥିତ ସେଲିବ୍ରେସନ ମଣ୍ଡପ ଠାରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କ ଦ୍ୱାରା ଆହୁତ ପୂର୍ବତନ କର୍ପୋରେଟର ତଥା ବିଜୁ ମହିଳା ଜନତା ଦଳ କଟକ ଜିଲ୍ଲାର ଉପସଭାନେତ୍ରୀ ସ୍ୱର୍ଗୀୟା ସରୋଜିନୀ ସାହୁଙ୍କ ଉଦ୍ଦେଶ୍ୟରେ ତୈଳଚିତ୍ରରେ ଶ୍ରଦ୍ଧାଞ୍ଜଳି ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ ସହ ଅମର ଅତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା ସହ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ସ୍ୱର୍ଗୀୟା ସାହୁ ଗତ ଡିସେମ୍ବର ୩୧ ତାରିଖରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା କାରଣରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ମାତ୍ର ୫୦ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଥିଲା। ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଜୀବନକୁ ଜଳାଞ୍ଜଳି ଦେଇ ରାଜନୈତିକ କ୍ଷେତ୍ରରେ ସକ୍ରିୟଭାବରେ କାର୍ଯ୍ୟକରୁଥିଲେ ସେ ଜଣେ ସରଳ, ନିଷ୍କପଟ, ପରୋପକାରୀ ମଣିଷ ଭାବରେ କେବଳ ଚାଉଳିଆଗଞ୍ଜ ଅଞ୍ଚଳ ନୁହେଁ ଚୌଦ୍ୱାର-କଟକ ନିର୍ବାଚନୀ ମଣ୍ଡଳୀରେ ମଧ୍ୟ ସୁପରିଚିତ ଥିଲେ ବୋଲି ଉପସ୍ଥିତ ବକ୍ତାମାନେ କହିଥିଲେ। ତାଙ୍କ ବିୟୋଗରେ ଚୌଦ୍ୱାର-କଟକରେ ଯେଉଁ ଅପୂରଣୀୟ କ୍ଷତି ଘଟିଛି ତାହା କେବେବି ପୂରଣ କରିହେବ ନାହିଁ ସେ ଆମ ସମସ୍ତଙ୍କ ନିକଟରେ ସବୁଦିନ ପାଇଁ ଚିରସ୍ମରଣୀୟ ହୋଇରହିବେ ବୋଲି ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ କହିଥିଲେ। ସ୍ମୃତିସଭାରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଯୋଗଦେଇ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଏହିଭଳି ଜଣେ ନିଷ୍ଠାପର ରାଜନୈତିକ ବ୍ୟକ୍ତିତ୍ୱ ମଳିବା ଅସମ୍ଭବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଡେପୁଟୀ ମେୟର ଦମୟନ୍ତୀ ମାଝୀ, ନଗର କିମିଟି ସଭାପତି ମଧୁସୁଦନ ସାହୁ, ବରିଷ୍ଠ ନେତା ଶିବେନ୍ଦ୍ର ହାତୀ, ବିଜୟ ସାହୁ, ଜୟଦେବ ଜେନା, ଆଇନଜୀବୀ ସତ୍ୟ ମହାନ୍ତି, ବିଧାୟକଙ୍କ ପ୍ରତିନିଧି- ରମାକାନ୍ତ ଲେଙ୍କା, ଜିଲ୍ଲା କମିଟି କର୍ମକର୍ତ୍ତା ଆଶିଷ ସ୍ୱାଇଁ, ଯୁଧିଷ୍ଟିର ବିଶ୍ୱାଳ, ନଗର କମିଟି ସାଧାରଣ ସମ୍ପାଦକ ତାପସ ମହାନ୍ତି, ସମ୍ପାଦକ ରାଜେନ୍ଦ୍ର ରଣା, ସଞ୍ଜୟ ଜେନା, ଦିଲ୍ଲିପ ସାହୁ, ବିଭୁତି ସ୍ୱାଇଁ, ସୁକାନ୍ତ ସାହୁ, ହିମାଂଶୁ ଷଢଙ୍ଗୀ, ବିକ୍ରମ ବାରିକ, ସୋମନାଥ ଭୁୟାଁ, ପ୍ରଶାନ୍ତ ମହାନ୍ତି, ଅକ୍ଷୟ ପଣ୍ଡା, କର୍ପୋରେଟର ପ୍ରଳୟା ବେଉରା, ସୌଭାଗିନୀ ଜେନା, ମଧୁସ୍ମିତା ବାରିକ, ଝିଲ୍ଲୀ ବିହାରୀ, ନଳିନୀ ବେହେରା, ଇଂ.ସୁବ୍ରତ ଘଡାଇ, ଅରବିନ୍ଦ ଜେନା, ଜତିନ କୁମାର ବେହେରା, ସଂଖ୍ୟାଲଘୁ ସେଲର ସମ୍ପାଦକ ମହମ୍ମଦ ଫରିଦ୍, ଜିଲ୍ଲା ମହିଳ କମିଟି କଳ୍ପନା ଜେନା, ରେଣୁକା ମହାନ୍ତି, ଦୀପାଳିବାଳା ଭୁୟାଁ, ସର୍ମିଷ୍ଠା ନାଟିଆ, ସୁକାନ୍ତି ସାମଲ, ଅନୁପମା ବେହେରା, ଉତ୍ତମା ବେହେରା, ବାସନ୍ତି ସାହୁ, ସନ୍ତୋଷୀ ସ୍ୱାଇଁ, ମମତା ବେହେରା, କବିତା ନାୟକ, ଚୌଦ୍ୱାର-କଟକ ଯୁବ ସଭାପତ ଅଶୋକ ମିଶ୍ର, ୱାର୍ଡ ସଭାପତି ମୃତ୍ୟୁଞ୍ଜୟ ବେହେରା, ମନୋରଞ୍ଜନ ସାହୁ, ବିଜୟ କୁମାର ଭୁୟାଁ, ସତ୍ୟବ୍ରତ ପଟ୍ଟନାୟକ, ପବିତ୍ର କୁମାର ଭୁୟାଁ, ଯୁବ କମିଟ ସଦସ୍ୟ ପ୍ରଭାତ ଜେନା, ଅଭିଜିତ ପାତ୍ର, ଅରୁଣ କୁମାର ରାଓ, ଛାତ୍ର କମିଟି ସଦସ୍ୟ ଭବାନୀ ଶଙ୍କର ଦାଶ, ଚନ୍ଦ୍ରକାନ୍ତ ସାହଙ୍କ ସମେତ ବିଜୟ କୁମାର ଦାସ, ବାବୁଲି ଦାସ, ଅଭୟ ପରିଜା, ଚିତ୍ତରଞ୍ଜନ ସାହୁ, ସୁନିଲ ସାହୁ, ସୋମନାଥ ମହାନ୍ତି, ଶାରଦା ପ୍ରସନ୍ନ ମହାନ୍ତି ପ୍ରମୁଖ ଉପସ୍ଥିତଥିଲେ।
