ସିଟି ହସ୍ପିଟାଲରେ ପ୍ରସୂତିମାନଙ୍କୁ ନୂତନ ବସ୍ତ୍ର ଓ ଖାଦ୍ୟ ବିତରଣ

ସିଟି ହସ୍ପିଟାଲରେ ପ୍ରସୂତିମାନଙ୍କୁ ନୂତନ ବସ୍ତ୍ର ଓ ଖାଦ୍ୟ ବିତରଣ


କଟକ(ଏନ୍‌.ଏମ୍‌.): ପବିତ୍ର ରଜପର୍ବ ଅବସରରେ ସିଟି ହସ୍ପିଟାଲରେ ପ୍ରସୂତିମାନଙ୍କୁ ନୂତନ ବସ୍ତ୍ର ଓ ଖାଦ୍ୟ ପ୍ରଦାନ କରାଯାଇଛି । ବିଶିଷ୍ଟ ସମାଜସେବୀ ସମ୍ପତି ମୋଡ଼ାଙ୍କ ନେତୃତ୍ୱରେ ରାଜ୍ୟସଭା ସାଂସଦ ସୁଭାସ ଚନ୍ଦ୍ର ସିଂହଙ୍କ ଦ୍ୱାରା କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନବଜାତ ଶିଶୁ ୱାର୍ଡ଼ରେ ଥିବା ମା’ମାନଙ୍କୁ ନୂତନବସ୍ତ୍ର, ଖାଦ୍ୟ ସାମଗ୍ରୀ, ଶିଶୁଙ୍କୁ ହଗିସ, ମାସ୍କ ଏବଂ ସାନିଟାଇଜର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏଡିଏମଓ ଡାକ୍ତର ସୁଧାଂଶୁ ଗିରି, କଟକ ଜିଲ୍ଲା କୋଭିଡ ପରିଚାଳନା ମୁଖ୍ୟ ଡାକ୍ତର ଉମେଶ ରାୟ, କଟକ ଓଡ଼ିଶା ମୋ ପରିବାର ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳ, ଶ୍ୟାମସ୍ନ୍‌ର ମୋଡ଼ା, ଯୁବନେତା ଜଗନ୍ନାଥ ସ୍ୱାଇଁ, ସୋମିତ ମିତ୍ର, ସ୍ଥାନୀୟ ଯୁବ ନେତା ସୌମ୍ୟଦୀପ ଘୋଷ, ଫିରୋଜୁର ରହେମାନ, ବିକ୍ରମ ଛାଟୋଇ, ଲଳିତେନ୍ଦୁ ପଟ୍ଟନାୟକ, ସନ୍ଦୀପ ରଥ, ସୁବୋଧ ସେଠୀ, ଅବଦୁଲ ରହେମାନ ପ୍ରମୁଖ ଉପସ୍ଥିତଥିଲେ ।

Leave a Reply

Your email address will not be published. Required fields are marked *