ଫଟୋ- ପଦ୍ମଲୋଚନ ମିଶ୍ର

ସିଏମସି ୭ ନମ୍ବର ୱାର୍ଡ଼ରେ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ସ୍ଥିତି ସମୀକ୍ଷା

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): କଟକ ସହରର ବିଭିନ୍ନ ଗଳିକନ୍ଦି ତଥା ବସ୍ତି ଅଞ୍ଚଳର ସମସ୍ୟାକୁ ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ନିମନ୍ତେ ବାରବାଟୀ-କଟକ ବିଧାୟକ ବିଭିନ୍ନ ୱାର୍ଡ଼ ପରିଦର୍ଶନ ଜାରି ରଖିଛନ୍ତି । ଏହି ଅବସରରେ ଇଂ. ମହମ୍ମଦ ମୋକିମ ଆଜି ସିଏମସି ୭ ନମ୍ବର ୱାର୍ଡ ଅଞ୍ଚଳ ବୁଲି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ୱାର୍ଡର ସମସ୍ତ ସାହିବସ୍ତି ଗଳି କନ୍ଦିର ରାସ୍ତାଘାଟ, ନାଳନର୍ଦ୍ଦମା, ପରିମଳ, ମଶା ନିବାକରଣ ଓ ପାନୀୟଜଳ ଯୋଗାଣ ଆଦି ମୌଳିକ ସମସ୍ୟା ଗୁଡିକର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ବିଧାୟକଙ୍କ ଏହି କାର୍ଯ୍ୟକ୍ରମରେ ୱାର୍ଡ ଅଞ୍ଚଳର ମୁରବୀ, ଯୁବକ ଓ ମହିଳାମାନେ ବହୁ ସଂଖ୍ୟାରେ ସାମିଲ ହେବା ସଙ୍ଗେ ସଙ୍ଗେ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା, ୱାର୍ଡ ସଭାପତି ଦିଲ୍ଲୀପ ମହାନ୍ତି, ସେକ ମୁଜୀବ, ଜାକିର କ୍ଷୁରେସି, ସେହେଜାଦ ଅହମ୍ମଦ, ମହମ୍ମଦ ତାହିର, ଆକୁଳି ସେଠୀ, ଅବଦୁଲ ବାସିଦ, ସୁଦର୍ଶନ ଶେଠୀ, ଲକ୍ଷ୍ମୀପ୍ରିୟ ସେଠୀ, ମୁନା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

By admin

One thought on “ସିଏମସି ୭ ନମ୍ବର ୱାର୍ଡ଼ରେ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ସ୍ଥିତି ସମୀକ୍ଷା”

Leave a Reply

Your email address will not be published. Required fields are marked *