ସିଏମସି ୫୩ ନମ୍ବର ୱାର୍ଡର ସ୍ଥିତି ପରଖିଲେ ମେୟର ସୁବାଷ ସିଂହ

ସିଏମସି ୫୩ ନମ୍ବର ୱାର୍ଡର ସ୍ଥିତି ପରଖିଲେ ମେୟର ସୁବାଷ ସିଂହ

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ସିଏମସି ୫୩ ନମ୍ବର ୱାର୍ଡ କର୍ପୋରେଟର ଅରବିନ୍ଦ ଜେନାଙ୍କ ଅନୁରୋଧ ରକ୍ଷା କରି ମେୟର ସୁବାସ ସିଂହ ୱାର୍ଡ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି । ଏହି ପରିଦର୍ଶନ ସମୟରେ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ୱାର୍ଡ କର୍ପୋରେଟର ଶ୍ରୀ ଜେନା ପ୍ରମୁଖ ଯୋଗଦେଇ ସମ୍ପୃକ୍ତ ୱାର୍ଡ଼ର କଲ୍ୟାଣୀ ନଗର, ଅନ୍ଦରପୁର, ଶ୍ରୀକ୍ଷେତ୍ର ନଗର, ଦୁଲ୍ଲାଦେଇ ରୋଡ ଆଦି ଅଞ୍ଚଳର ରାସ୍ତା, ନାଳନର୍ଦ୍ଦମା ଗୁଡିକର ଅବସ୍ଥା ତଦାରଖ କରିବା ସହ ଅନ୍ଦରପୁର ଠାରେ ଥିବା ବସ୍ତି ଉନ୍ନୟନ ପ୍ରକଳ୍ପରେ ରହୁଥିବା ଅନ୍ତେବାସୀମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିିଥିଲେ । ପ୍ରାୟ ପ୍ରତ୍ୟେକ ଜାଗାରେ ଲୋକମାନେ ଜାଇକା ସମସ୍ୟା ସହ ସଫେଇ କାର୍ଯ୍ୟ ଠିକ ଭାବେ ହେଉନଥିବା ନେଇ ମେୟରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମେୟର ସମସ୍ତଙ୍କ ଅଭିଯୋଗ ଶୁଣିସାରିବା ପରେ ଖୁବ ଶୀଘ୍ର ଏହାର ସମାଧାନ ହେବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏହିି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଏମସିର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ୫୨ ନମ୍ବର ୱାର୍ଡ କର୍ପୋରେଟର ସୌଭାଗିନୀ ଜେନା, ୱାର୍ଡ ସଭାପତି ରଜନୀକାନ୍ତ ପରିଜା, ବିପିନ କୁମାର ଭୋଳ, ସୁଶାନ୍ତ କୁମାର ବେହେରା, ବ୍ୟୋମକେଶ କାନୁନଗୋ, ୱାର୍ଡ ସଫେଇ ଦାୟିତ୍ୱରେ ଥିବା ଗିତୀରଞ୍ଜନ ମହାନ୍ତି, ବିଦୁଲତା ସ୍ୱାଇଁ, ରବିନ୍ଦ୍ର କୁମାର ଦାସ, ପ୍ରମୋଦ କୁମାର ଭୋଳ, ରଞ୍ଜିତ କୁମାର ରାଉତ, ନିବାସ ବେହେରା, ସଚ୍ଚିଦାନନ୍ଦ ସାହୁ, ଚନ୍ଦନ କୁମାର ମିଶ୍ର, ସୌମ୍ୟରଞ୍ଜନ ଜେନା, ମନୋରଞ୍ଜନ ଜେନା ପ୍ରମୋଦ କୁମାର ରାଉତ, ରବିନ୍ଦ୍ର କୁମାର ଦାସ, ଅଧିର କୁମାର ବେଉରାଙ୍କ ସମେତ, ସିଓ, ସ୍ୱଚ୍ଛ ସାଥୀ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *