ସିଏମସି ୪୮ନମ୍ବର ୱାର୍ଡରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତିଙ୍କୁ ଅଭିନନ୍ଦନ

ସିଏମସି ୪୮ନମ୍ବର ୱାର୍ଡରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତିଙ୍କୁ ଅଭିନନ୍ଦନ


ଜଗତପୁର(ଏନ୍‌.ଏମ୍‌.): ବହୁ ପ୍ରତିକ୍ଷାର ଅନ୍ତ ପରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ହାଇକମାଣ୍ଡ ନିଯୁକ୍ତ ଦେଇଛନ୍ତି । ଶ୍ରୀ ପଟ୍ଟନାୟକ ପୂର୍ବରୁ ରାଜ୍ୟ ଯୁବକଂଗ୍ରେସ ସଭାପତି, ଦୁଇ ଥର ସାଂସଦ, ପିସିସି ସଭାପତି, ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ପରି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ସାରିଛନ୍ତି । ତାଙ୍କର ଅଭିଜ୍ଞତା, ଦଳପ୍ରତି ଆନୁଗତ୍ୟ, ସବୁ ବର୍ଗ ସହିତ ଗ୍ରହଣିୟତା ଓ ଜଣେ ନିର୍ବିବାଦୀୟ ନେତା ଭାବେ ତାଙ୍କର ସୁନାମ ରହିଛି । ସବୁ ଦିଗକୁ ବିଚାର କରି ହାଇକମାଣ୍ଡ ଶ୍ରୀ ପଟ୍ଟନାୟକଙ୍କୁ ପୁନଃର୍ବାର ପିସିସି ସଭାପତି ଦାୟିତ୍ୱ ଦେଇଛନ୍ତି । ସେଥିପାଇଁ ଜଗତପୁର କଂଗ୍ରେସ କର୍ମୀମାନଙ୍କ ପକ୍ଷରୁ କଂଗ୍ରେସ ଯୁବନେତା ମାନସ ନାୟକଙ୍କ ସହିତ ବରିଷ୍ଠ କଂଗ୍ରେସ ନେତା ଧୀରେନ୍ଦ୍ର ମହାନ୍ତି, ଶ୍ରମିକ ନେତା ପ୍ରବୀର ରଥ, ଚୌଦ୍ୱାର-କଟକ ଯୁବ କଂଗ୍ରେସ ସମ୍ପାଦକ ଦେବୀ ପ୍ରସାଦ ଜେନା, ଅଶୋକ ମିଶ୍ର, ଶ୍ରୀକାନ୍ତ ଭୂୟାଁ, ନରେନ ବେହେରା, ମନୋଜ ତରାଇ, ରାକେଶ ସାହୁ, ପ୍ରକାଶ ବେହେରା, ଦେବାଶିଷ ଜେନା, ଜ୍ଞାନେନ୍ଦ୍ର ଜେନା, ଦେବାଶିଷ ଦଳେଇ, ଭାଗବତ ସାହୁ, ନିଲକମଲ ପୃଷ୍ଟି ପ୍ରମୁଖ ନବନିଯୁକ୍ତ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣେଇବା ସହ ତାଙ୍କ ନେତୃତ୍ୱରେ ରାଜ୍ୟରେ କଂଗ୍ରେସ ଦଳ ଅଧିକ ସଂଗଠିତ ଓ ମଜବୁତ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଚ୍ଛନ୍ତି । ଏହି ନିଯୁକ୍ତି ପାଇଁ କଂଗ୍ରେସର ସର୍ବୋଚ୍ଚ କତ୍ରୀ ସୋନିଆ ଗାନ୍ଧୀ, ଅଖିଳ ଭାରତ କଂଗ୍ରେସ କମିଟିର ପ୍ରାକ୍ତନ ସଭାପତି ରାହୁଲ ଗାନ୍ଧୀ ଏବଂ ଓଡିଶା ପ୍ରଭାରୀ ଡକ୍ଟର ଏ.ଚେଲ୍ଲା କୁମାରଙ୍କୁ କଂଗ୍ରେସ କର୍ମୀମାନେ କୃତଜ୍ଞତା ଜଣେଇଛନ୍ତି ।

Leave a Reply

Your email address will not be published. Required fields are marked *