ସିଏମସି ୩ ନମ୍ବର ୱାର୍ଡ଼ରେ କଂଗ୍ରେସର ସାଙ୍ଗଠନିକ ପ୍ରସ୍ତୁତି ବୈଠକ

ସିଏମସି ୩ ନମ୍ବର ୱାର୍ଡ଼ରେ କଂଗ୍ରେସର ସାଙ୍ଗଠନିକ ପ୍ରସ୍ତୁତି ବୈଠକ


#କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ୩ନମ୍ବର ୱାର୍ଡ କଂଗ୍ରେସ ପକ୍ଷରୁ ସ୍ଥାନୀୟ ସିଡିଏ-୧୧ ଠାରେ ଏକ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନଗର କଂଗ୍ରେସ ପୂର୍ବତନ ସଭାପତି ଗିରିବାଳା ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ ୱାର୍ଡ ଅଞ୍ଚଳରେ କିପରି ସଂଗଠନକୁ ଆହୁରି ସୁଦୃଢ କରାଯିବ ଏବଂ କିପରି ଭାବେ ଅଧିକରୁ ଅଧିକ ଯୁବକ, ମହିଳାମାନେ ସଙ୍ଗଠନରେ ଯୋଡ଼ି ହେବେ ସେଥିପାଇଁ ତଳସ୍ତରକୁ ଯାଇ ଲୋକମାନଙ୍କ ସହିତ କାମ କରିବାକୁ ପାଇଁ ଆହ୍ୱାନ ଦେଇଥିଲେ । ୱାର୍ଡ ଅଞ୍ଚଳରେ ହୋଇଥିବା ବିଧାୟକ ଉନ୍ନୟନ ପାଣ୍ଠିରୁ ସମସ୍ତ କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥିସହିତ ଆଉ ଯାହା କାର୍ଯ୍ୟ ବାକି ଅଛି ସମସ୍ତ କାର୍ଯ୍ୟକୁ ତୁରନ୍ତ ଶେଷ କରାଯିବ ବୋଲି ବିଧାୟକ ଇଂ. ମୋକିମ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀ ନାରାୟଣ ଦାସ, ଅକ୍ଷୟ ଦାସ, ଦ୍ୱାରିକା ମହାନ୍ତି, ଜଗନ୍ନାଥ ବେହେରା, ପ୍ରଶାନ୍ତ ରାୟ ତପଚାରି, ପ୍ରକାଶ ନାୟକ, ରଞ୍ଜନ ପଣ୍ଡା, କୈଳାଶ ପଣ୍ଡା, ପ୍ରଫୁଲ୍ଲ ମିଶ୍ର, ପ୍ରଫୁଲ୍ଲ କୁମାର ପ୍ରଧାନ, ପ୍ରଦୋଷ ଦାସ, ଅମୂଲ୍ୟ ବେହେରା, ଦୀପକ ରାଉତ, ଅଭିଷେକ କୁମାର, ଅବିନାଶ ମହାପାତ୍ର, ନିତ୍ୟାନନ୍ଦ ରାଉତରାୟ, ଶୈଳବାଳା ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *