ସିଏମସି ମେୟରଙ୍କ ହସ୍ତକ୍ଷେପ: କଟକ ରିଟେଲ ଡିଲର୍ସ ଆସୋସିଏସନ ଆନ୍ଦୋଳନ ପ୍ରତ୍ୟାହୃତ

ସିଏମସି ମେୟରଙ୍କ ହସ୍ତକ୍ଷେପ: କଟକ ରିଟେଲ ଡିଲର୍ସ ଆସୋସିଏସନ ଆନ୍ଦୋଳନ ପ୍ରତ୍ୟାହୃତ

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): କଟକ ମହାନଗର ଅଞ୍ଚଳରେ ୧୫୯ ଜଣ ଖୁଚୁରା ବିକ୍ରେତା ମାନେ କଟକ ମହାନଗରର ୭୪୫୫୭ ପଡି କାର୍ଡ ଧାରୀଙ୍କୁ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ମାଗଣା ଚାଉଳ ବଣ୍ଟନ କରିଥାନ୍ତି । ଯେଉଁଥିରେ କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୬୭୬୦୯ ପଡି କାର୍ଡଧାରୀ ଅନ୍ତର୍ଦ୍ୱୟ ଅନ୍ନ ଯୋଜନାରେ ୬୨୪୮ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୭୦୦ ଜଣ ପଡି କାର୍ଡ ଧାରୀ ଅଛନ୍ତି । କଟକ ମହାନଗର ଅଞ୍ଚଳର ଖୁଚୁରା ବିକ୍ରେତା ମାନେ ସର୍ବ ଭାରତୀୟ ଡିଲରସ ଫେଡରେସନ ଡାକରାରେ ଗତ ୧ ତାରିଖ ଠାରୁ ୧୬ ଦଫା ଦାବି ପୁରାଣ ପାଇଁ ସାମଗ୍ରୀ ବଣ୍ଟନ ବନ୍ଦରଖି ଆନ୍ଦାଳନ ଚଳାଇଥିଲେ । ଗତ ପାଞ୍ଚ ଦିନ ହେବ ସାଧାରଣ ଗରିବ ପଡି କାର୍ଡ ଧାରୀ ସାମଗ୍ରୀ ନପାଇ ହଇରାଣ ହରକତ ହୋଉଥିବା ସୂଚନା ବିଭିନ୍ନ ସମ୍ବାଦ ପତ୍ର ଓ ଟିଭି ରୁ ଜାଣିବା ପରେ ଆଜି ସିଏମସି ମେୟର ସୁବାସ ସିଂହ ଏ ସମ୍ପର୍କରେ କଟକ ରିଟେଲ ଡିଲରସ ଆସୋସିଏସନ କର୍ମକର୍ତ୍ତାଙ୍କ ସହ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମେୟର ସେମାନଙ୍କ ଦାବି ସରକାରଙ୍କ ସହ ଆଲୋଚନା କରି ସମାଧାନ କରିବାର ପ୍ରତିଶ୍ରୁତି ଦେବାରୁ ଖୁଚୁରା ବିକ୍ରେତାମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ । ତେବେ ଖୁବ ଶୀଘ୍ର ସିଏମସି କମିଶନର, ଯୋଗାଣ କର୍ତ୍ତୃପକ୍ଷ ଏବଂ ଆସୋସିଏସନର ମିଳିତ ବୈଠକ କରାଯିବ ବୋଲି ଉକ୍ତ ବୈଠକରେ ନିଷ୍ପତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମିଳନୀର ସିଭିଲ ସପ୍ଲାୟା ଅଫିସର କେଦାର ପ୍ରଧାନୀ, କଟକ ରିଟେଲ ଡିଲର୍ସ ଆସୋସିଏସନ କାର୍ଯ୍ୟକାରି ସଭାପତି ସୟଦ ଏକ୍ରାମ ହୁସେନ, ଉପ ସଭାପତି ତାପଶ କୁମାର ମହାନ୍ତି, ଉପ ସଭାପତି ପୀତବାସ ଜେଠି, ଯୁଗ୍ମ ସମ୍ପାଦକ ବିଜୟ କୁମାର ସାହାଣୀ, ଯୁଗ୍ମ ସମ୍ପାଦକ ପ୍ରେମ କୁମାର ସେନ, ଯୁଗ୍ମ ସମ୍ପାଦକ ଚନ୍ଦ୍ରମଣି ମହାରଣା, ଯୁଗ୍ମ ସମ୍ପାଦକ ବିଜୟ କୁମାର ବୈଶାକ, ସାରଦା ପ୍ରଶନ୍ନ ମହାନ୍ତି, ୱାର୍ଡ କନଭେନର ଶିବ ସେଠୀ, ପ୍ରଶାନ୍ତ କୁମାର ଜେନ. ଲାଲା ଦିଲୀପ ରାୟ ଶମ୍ଭୁନାଥ ଦେ, ଗୌର ଗୋପାଳ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ADVERTISEMENT

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *