ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କୁ ଓଡ଼ିଶା ଆଦିବାସୀ ଗୌରବ ସମ୍ମାନ

ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କୁ ଓଡ଼ିଶା ଆଦିବାସୀ ଗୌରବ ସମ୍ମାନ


କଟକ(ଏନ୍‌.ଏମ୍‌.): ସ୍ଥାନୀୟ ସିଡିଏ ବାଲ୍ମୀକିନଗର ସେକ୍ଟର ୧୩ ଆଦିବାସୀ ବସ୍ତିରେ ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କୁ ଓଡ଼ିଶା ଆଦିବାସୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି । ଓଡିଶା ଆଦିବାସୀ ସମାଜ ତରଫରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡେପୁଟୀ ମେୟର ସୁଶ୍ରୀ ମାଝୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଡେପୁଟି ମେୟର ଯୋଗଦେଇଥିବାବେଳେ ସେ ଆଦିବାସୀ ସମ୍ପ୍ରଦାୟ ପାଇଁ ଗୌରବ ଆଣି ଦେଇଥିବା ଉପସ୍ଥିତ ବକ୍ତାମାନେ ମତପୋଷଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅଖିଳ ଓଡିଶା ଆଦିବାସୀ ସଂସ୍କୃତି ସୁରକ୍ଷା ପରିଷଦ ସଭାପତି ତଥା ବସ୍ତି ନେତା ବୃନ୍ଦବାନ ଦାସ ଆଜାଦ, ସମ୍ମାନିତ ଅତିଥି ଭାବେ ୪୯ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ନବକିଶୋର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଆଜି ସୁଶ୍ରୀ ମାଝୀଙ୍କର ୨୩ ତମ ଜନ୍ମ ଦିବସ ଥିବାରୁ ସଭାପରେ ଆଦିବାସୀ ପରମ୍ପରା ଅନୁଯାୟୀ ତାଙ୍କର ଜନ୍ମ ଦିନ ପାଳନକୁ ବଡ଼ ଧୁମଧାମରେ ପାଳନ କରାଯିବା ସହିତ ପାରମ୍ପରିକ ଆଦିବାସୀ ନୃତ୍ୟରେ ସୁଶ୍ରୀ ମାଝୀ ମଧ୍ୟ ଯୋଗ ଦେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ଅଜୟ ଜେନା, ଗ୍ରାମ ମୁଖିଆ ରବୀନ୍ଦ୍ର ନାଥ ସୋରେନ, ସଞ୍ଜୟ କୁମାର ନାୟକ, ସନ୍ତୋଷ ପାତ୍ର, ମେଘ୍ରାୟ ହେମ୍ବ୍ରମ, ମୁର୍ମୁ, ଉତ୍ତମ ହାଁସଦା ପ୍ରମୁଖ ପରିଚାଳନା କରିଥିଲେ । ଆଦିବାସୀ ସମ୍ପ୍ରଦାୟ ସମସ୍ତ ଯୁବକ ଯୁବତୀ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *