ସିଏମସି କମିଶନରଙ୍କ କଟକ ପ୍ରେସକ୍ଲବ ପରିଦର୍ଶନ


କଟକ(ଏନ୍‌.ଏମ୍‌.): ଚୌଧୁରୀବଜାରସ୍ଥିତ କଟକ ପ୍ରେସକ୍ଲବ ଗୃହର ନବୀକରଣ କାର୍ଯ୍ୟ ଗତ ଜାନୁଆରୀ ମାସରେ ଉଦ୍‌ଘାଟିତ ହୋଇଥିବା ବେଳେ କଟକ ମହାନଗର ନିଗମ (ସିଏମ୍‌ସି) କମିଶନର କୀରଣଦୀପ କୌର ସାହୋତା ପରିଦର୍ଶନ କରିଛନ୍ତି। ଏହି ଅବସରରେ କ୍ଲବ ଗୃହରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କଟକ ପ୍ରେସକ୍ଲବ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ପୂର୍ବକ ସ୍ୱାଗତ କରାଯାଇଥିଲା। ରାଜ୍ୟର ସର୍ବ ପୁରାତନ ଏହି ପ୍ରେସ୍‌କ୍ଲବର ଅବଶିଷ୍ଠ ଆବଶ୍ୟକତା ତୁରନ୍ତ ପୂରଣ କରିବା ଲାଗି ପ୍ରେସ୍‌କ୍ଲବ ପକ୍ଷରୁ ଦାବି କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ପ୍ରଦୀପ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଆଲୋକ କୁମାର ନାୟକ କ୍ଲବର ଇତିହାସ ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲେ। ସ୍ଥାନୀୟ କର୍ପୋରେଟର ଅରୁନ୍ଧତୀ କର, ସିଟି ଇଂଜିନିୟର ଅତନୁ ସାମନ୍ତଙ୍କ ସମେତ ବିଭାଗୀୟ ଅଧୀକାରୀଙ୍କ ସହ ନବୀକରଣ କାର୍ଯ୍ୟର କମିଶନର ତଦାରଖ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସାମ୍ବାଦିକ ରୋହନ ମହାନ୍ତି, ବିଶ୍ୱଜିତ ଧଳ, ପ୍ରତାପ ଚନ୍ଦ୍ର ସେନାପତି, ପ୍ରଶାନ୍ତ ମହାନ୍ତି, ପ୍ରଣବ ନନ୍ଦୀ, ରବିନ୍ଦ୍ର ପାଢ଼ୀ, ଉମାକାନ୍ତ ଜେନା, ଲକ୍ଷ୍ମୀଧର ସାହୁ, ଆକାଶ ସ୍ୱାଇଁ, ମହମ୍ମଦ ଜାଭେଦ ପ୍ରମୁଖ ଉପସ୍ଥିତ ଥିଲେ ।

By admin

Leave a Reply

Your email address will not be published. Required fields are marked *