ସିଏମସିର ବିଫଳତା: କର୍ପୋରେଟର ଓ ୱାର୍ଡ଼ବାସୀ ନିଜ ହାତରେ ସଫେଇ କଲେ ରାସ୍ତାଘାଟ

ସିଏମସିର ବିଫଳତା: କର୍ପୋରେଟର ଓ ୱାର୍ଡ଼ବାସୀ ନିଜ ହାତରେ ସଫେଇ କଲେ ରାସ୍ତାଘାଟ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ସମ୍ପ୍ରତି ହକି ବିଶ୍ୱକପର ଉଦ୍‌ଘାଟନୀ ଉତ୍ସବ ନିମନ୍ତେ କଟକ ସହର ସଜେଇ ହେଉଥିବାବେଳେ ସଫେଇ କାର୍ଯ୍ୟ ବିଫଳ ହୋଇଛି । ଦୁଇ ଦିନ ଧରି ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ସଫେଇ କାର୍ଯ୍ୟ ବନ୍ଦ ଥିବାବେଳେ ଆଜି ସ୍ଥାନୀୟ କର୍ପୋରେଟର, ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ଯୁବବର୍ଗ ନିଜ ୱାର୍ଡ଼କୁ ହାତରେ ସଫେଇ କରିବା ସହ ସିଏମସି ବିଭାଗୀୟ ଅଧିକାରୀଙ୍କ ଉପରେ ବର୍ଷି ଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସିଏମସି ୩୪ ନମ୍ବର ୱାର୍ଡ଼ରେ ଏହି ୱାର୍ଡ଼ର ପରିମଳ ଦାୟିତ୍ୱ ମଞ୍ଜୁଶ୍ରୀ ସର୍ଭିସେସ ନାମକ ଏକ ଘରୋଇ ସଂସ୍ଥାକୁ ସିଏମସି ଟେକି ଦେଇଥିବାବେଳେ ଏବେ ସଫେଇ କର୍ମଚାରୀମାନେ ନିଜର ନ୍ୟାର୍ଯ୍ୟ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ ଉକ୍ତ ୱାର୍ଡ଼ରେ ଦୁଇ ଦିନ ଧରି ସଫେଇ କାର୍ଯ୍ୟ ବନ୍ଦ ରହିଛି । ୱାର୍ଡ଼ସାରା ଅଳିଆ ଆବର୍ଜନା ଭର୍ତ୍ତି ହୋଇଯିବା ଯୋଗୁଁ ଆଜି ବାଧ୍ୟ ହୋଇ ସିଏମସି ସ୍ଥାନୀୟ କର୍ପୋରେଟର ଦୀପକ କୁମାର ଦାସଙ୍କ ନେତୃତ୍ୱରେ ଅଞ୍ଚଳବାସୀ ନିଜେ ଝାଡ଼ୁ ଧରି ରାସ୍ତା ଘାଟ ସଫେଇ କରିବା ସହ ଆବର୍ଜନା ହଟାଇଥିଲେ । ତେବେ ସିଏମସି ସଫେଇ ଦାୟିତ୍ୱ ଠିକାସଂସ୍ଥାକୁ ଦେଇଦେଇ ଚୁପ ବସୁଥିବାବେଳେ କାର୍ଯ୍ୟ ସଠିକ ଭାବେ ତଦାରଖ କରାଯାଉ ନାହିଁ । ଠିକାସଂସ୍ଥା ଅଧିନରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ଭଲମନ୍ଦ ସିଏମସି ନବୁଝିବା କିମ୍ବା ସମାଧାନ ନକରିବା ଯୋଗୁଁ କର୍ମଚାରୀମାନେ କାର୍ଯ୍ୟବନ୍ଦ କରିଦେଉଛନ୍ତି । ଏପରିସ୍ଥଳେ ସହରବାସୀଙ୍କୁ ମୌଳିକ ସେବା ଯୋଗାଇବା ନିମନ୍ତେ ସିଏମସି ନିଜର ସଫେଇ କର୍ମଚାରୀମାନଙ୍କୁ ମଧ୍ୟ ନିୟୋଜିତ କରୁନାହିଁ । ଫଳରେ ଅଳିଆ ଆବର୍ଜନା ଭିତରେ ୱାର୍ଡ଼ବାସୀ କାଳାତିପାତ କରିବା ଯୋଗୁଁ ସେଠାରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଯଦି ତୁରନ୍ତ ଏହି ୱାର୍ଡ଼ ସଫେଇ କରାନଯାଏ ତେବେ ୱାର୍ଡ଼ବାସୀ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ଆବର୍ଜନା ଗଦାଇ ପ୍ରତିବାଦ କରିବେ ବୋଲି କର୍ପୋରେଟର ଶ୍ରୀ ଦାସ ଚେତାବନୀ ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *