ସିଏମସିରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ନେଇ ଶପଥ ପାଠ କାର୍ଯ୍ୟକ୍ରମ

ସିଏମସିରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ନେଇ ଶପଥ ପାଠ କାର୍ଯ୍ୟକ୍ରମ

News by Padmalochan Mishra (Cuttack)

#କଟକ (ଏନ୍‌.ଏମ୍‌.): ସମାଜର ପ୍ରତ୍ୟେକସ୍ତରରୁ ଦୁର୍ନୀତିର ମୂଳୋତ୍ପାଟନ କରି ଶାନ୍ତି ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହ ଜନସାଧାରଣକୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ସଚେତନତା ସୃଷ୍ଟି ପାଇଁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆଜି ଠାରୁ ଆସନ୍ତା ମାସ ନଭେମ୍ବର ମାସ ୫ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ ହେଉଛି ।ଏହି ପରିପ୍ରେକ୍ଷୀରେ ଆଜି ଏହି ସପ୍ତାହର ପ୍ରଥମ ଦିବସରେ ସିଏମସି ମେୟରଙ୍କ ମିନି କନଫରେନ୍ସ ହଲରେ ଆୟୋଜିତ ଏକ ଶପଥ ପାଠ କାର୍ଯ୍ୟକ୍ରମରେ ମେୟର ସୁବାସ ସିଂହ ଯୋଗ ଦେଇ ଉପସ୍ଥିତ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ପ୍ରଦୀପ୍ତ ଖୁଣ୍ଟିଆ, ଡେପୁଟି କମିଶନର ଅଜୟ କୁମାର ମହାନ୍ତି, ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ପରିଡାଙ୍କ ସହ ଜ୍ୟୋତିଃକାନ୍ତ ମହାପାତ୍ର, ସୁଧାଂଶୁ ଶେଖର ସାହୁ, ହିମାଂଶୁ ସାହୁ, ସୁକାନ୍ତ ପ୍ରଧାନ, ଆଖ୍ୟା ଘଡେଇ ପ୍ରମୁଖ ସମସ୍ତ କର୍ମଚାରୀମାନେ ଯୋଗ ଦେଇ ଶପଥ ପାଠ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *