ସାହାରାରେ ଅର୍ଥ ଜମା ନକରିବାକୁ ସଚେତନତା କାର୍ଯ୍ୟକ୍ରମ

ସାହାରାରେ ଅର୍ଥ ଜମା ନକରିବାକୁ ସଚେତନତା କାର୍ଯ୍ୟକ୍ରମ


କଟକ(ଏନ୍‌.ଏମ୍‌.): ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଜମାକର୍ତ୍ତାଙ୍କୁ ମ୍ୟାଚୁରିଟି ପ୍ରାପ୍ୟ ପ୍ରଦାନ କରିପାରୁନଥିବା ବେଳେ ଏବେ ବି ଅଧିକ ସୁଧ ଲାଳସା ଦେଖାଇ ଜମାକର୍ତ୍ତାଙ୍କୁ ଶୋଷଣ କରୁଥିବା ଅଭିଯୋଗରେ ସାହାରା ଇଣ୍ଡିଆ ସଂସ୍ଥା ବିରୁଦ୍ଧରେ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ସାହାରା ଜମାକର୍ତ୍ତା ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଏକ ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ମଞ୍ଚର କର୍ମକର୍ତ୍ତାମାନେ ସ୍ଥାନୀୟ ଦରଘାବଜାର, ଚୌଧୁରୀ ବଜାର, ଜେଲରୋଡ ଅଞ୍ଚଳରେ ଜନ ସାଧାରଣଙ୍କୁ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରିବା ସହ ସାହାରା ଇଣ୍ଡିଆରେ ନିଜର କଷ୍ଟୋପାର୍ଜିତ ଜମାରାଶି ସଞ୍ଚୟ ନକରିବାକୁ ଉପଦେଶ ଦେଇଥିଲେ । ଏଥି ସହିତ ଆଗାମୀ ଦିନରେ ସଂସ୍ଥା କିଭଳି ଦୀର୍ଘ ଦିନ ଧରି ଫେରସ୍ତ ଦେଉନଥିବା ମ୍ୟାଚୁରିଟି ରାଶି ପ୍ରଦାନ କରିବ ସେଥିନେଇ ସଂସ୍ଥା ଉପରେ ଚାପ ପକାଇବାକୁ ଜମାକର୍ତ୍ତାମାନେ ଆଲୋଚନା କରିଥିଲେ । ଆଗାମୀ ଦିନରେ ଏହି ଜନ ସଚେତନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ଆଜିର ଏହି ଜନ ସଚେତନତା କାର୍ଯ୍ୟକ୍ରମରେ “ସାହାରା ଜମାକର୍ତ୍ତା ସୁରକ୍ଷା ମଞ୍ଚ’, କଟକର ସଦସ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଶରତଚନ୍ଦ୍ର ଶତପଥୀ, ନିଳୟ କୁମାର ପଣ୍ଡା, ପ୍ରିୟନାଥ ପଣ୍ଡା, ପ୍ରଶାନ୍ତ କୁମାର ରଥ, ରାକେଶ କୁମାର ସାହୁ, ଦୁର୍ଗାପ୍ରସାଦ ସାହୁ, ମନୋଜ କୁମାର ଦତ୍ତ, ମୁକୁନ୍ଦ ବେହେରା, କୁଳମଣି ସାହୁ, ପ୍ରକାଶ କୁମାର ସିଂହ, ଇଶ୍ୱର ସାହୁ ପ୍ରମୁଖ ଯୋଗଦାନ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *