ସାଲେପୁର ପରିବାହାଟ ବୁଲି ଦେଖିଲେ ବିଧାୟକ

ସାଲେପୁର ପରିବାହାଟ ବୁଲି ଦେଖିଲେ ବିଧାୟକ

News by Biswajit Dalai (Salepur)

ସାଲେପୁର(ଏନ୍‌.ଏମ୍‌.): କଟକ ଜିଲ୍ଲାର ସାଲେପୁର ଅଞ୍ଚଳ ଏକ ବ୍ୟସ୍ତବହୁଳ ଅଞ୍ଚଳ । ଏଠାରେ ସମସ୍ତେ ନିଜ ନିଜର କର୍ମମୟ ଜୀବନକୁ ନେଇ ବ୍ୟସ୍ତ । ଏଠାରେ ଥିବା ସାଲେପୁର ପରିବାହାଟରେ ସଦାବେଳେ ପାଣିନିଷ୍କାସନ ସମସ୍ୟା ଦେଖାଯାଏ ହାଟସାରା କାଦୁଅ ହୋଇଥାଏ ଯେଉଁଥି ପାଇଁ ସାଲେପୁର ଅଞ୍ଚଳ ଚାଷୀମାନେ ରାସ୍ତା ଉପରେ ତାଙ୍କ ପରିବା ବିକ୍ରୟ କରିଥାନ୍ତି, ସେହି ଚାଷୀଙ୍କ ସମସ୍ୟା ଦୂରକରିବା ପାଇଁ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଆଜି ସାଲେପୁର ହାଟର ଚାରିପଟ ବୁଲି ଦେଖିଥିଲେ କେଉଁଠାରେ ଡ୍ରେନର ଆବଶ୍ୟକ ଅଛିତ କେଉଁଠି ପୁରୁଣା ଘରର ମରାମତି କରିବାର ଅଛି ଏବଂ ଚାଷୀ ଓ ବେପାରୀ ମାନଙ୍କ ପାଇଁ ବିକ୍ରୟ କରିବା ନିମନ୍ତେ ପିଣ୍ଡିର ଆବଶ୍ୟକ ଅଛି, ସେହି ସବୁ ସମସ୍ୟାର ଅନୁଧ୍ୟାନ କରିଥିଲେ । ଏଥିରେ ତାଙ୍କ ସହିତ, ସାଲେପୁର ପଞ୍ଚାୟତ ଅଧକ୍ଷ ରାମଚନ୍ଦ୍ର ଭୋଇ, ଅତିରିକ୍ତ ବିଡ଼ିଓ ସୂର୍ଯ୍ୟକାନ୍ତ ରାଉତ, କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଉପସ୍ଥିତ ରହି କିପରି ସାଲେପୁର ହାଟର ଉର୍ଣ୍ଣତି ହୋଇପାରିବ ସେ ନେଇ ବିଧାୟକ ପଦକ୍ଷେପ ନେବାକୁ ନିବେଦନ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *