ସାଲେପୁର ଅଞ୍ଚଳରେ ଟର୍କୀ ପ୍ରଜାତିର କୁକୁଡା ପାଳନ କରି ଯୁଗ ବର୍ଗଙ୍କ ପାଇଁ ପ୍ରେରଣା ପାଲଟିଲେ ସୁଧାଂଶୁ

ସାଲେପୁର ଅଞ୍ଚଳରେ ଟର୍କୀ ପ୍ରଜାତିର କୁକୁଡା ପାଳନ କରି ଯୁଗ ବର୍ଗଙ୍କ ପାଇଁ ପ୍ରେରଣା ପାଲଟିଲେ ସୁଧାଂଶୁ

News by Biswajit Dalai (Salepur)

#ସାଲେପୁର(ଏନ୍‌.ଏମ୍‌.): କିଛି କରି ଦେଖାଇବା ତଥା ଆତ୍ମନିର୍ଭରଶୀଳ ହୋଇ ଅନ୍ୟପାଇଁ ପ୍ରେରଣା ସାଜିବାକୁ ଉଦ୍ୟମ କରିଛନ୍ତି ସାଲେପୁର ବ୍ଲକ ଅନ୍ତର୍ଗତ ବାରଗୋଡ଼ିଆ ଗ୍ରାମର ସୁଧାଂଶୁ ଶେଖର ଭୂୟାଁ । ସମ୍ପ୍ରତି ସମାଜରେ କର୍ମନିଯୁକ୍ତିର ଯେଉଁ ସମସ୍ୟା ଦେଖା ଦେଉଛି ସେଥିରେ ଛନ୍ଦି ହୋଇ ଜର୍ଜରିତ ହେବା ଅପେକ୍ଷା ନିଜେ କିଛି କରି ଦେଖାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ସୁଧାଂଶୁ । କିଏ ଗାଇ ଫାର୍ମ କରୁଛି ତ ଆଉ କିଏ କୁକୁଡ଼ା ଫାର୍ମ । ଯେନତେନ ପ୍ରକାର ଦୁଇ ପଇସା ରୋଜଗାର କରିବାରେ ବ୍ୟସ୍ତ ଅଛନ୍ତି ସମସ୍ତେ । ତେବେ ସାଧାରଣତଃ କୁକୁଡ଼ା ଫାର୍ମରେ କିଭଳି ଅଧିକ ରୋଜଗାର କରାଯାଇ ପାରିବ ସେ ନେଇ ସୁଧାଂଶୁ ଟିକେ ଅଲଗା ପ୍ରୟାସ କରିଛନ୍ତି । ପ୍ରାୟତଃ ଆମ ଓଡିଶାରେ ଦେଶୀ କୁକୁଡା ,ଫାରମ କୁକୁଡା,ବ୍ରଏଲର କୁକୁଡା ପାଳନ କରାଯାଏ । ସରକାର ମଧ୍ୟ କୁକୁଡା ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଏସ.ବି. ଏଣ୍ଟରପ୍ରାଇଜେସ କମ୍ପାନୀ ମାଧ୍ୟମରେ ନିଜ ଫାରମରେ ପାଳନ କରିଛନ୍ତି । ସେ ନାଇରୋବିର କେନିଆରେ ଏକସେଲ କେମିକାଲ କମ୍ପାନୀର ହେଡ ଭାବେ ଚାକିରୀ କରିଥିଲେ । କିନ୍ତୁ ଏହି ସ୍ୱତନ୍ତ୍ର ପ୍ରଜାତିର କୁକୁଡା ଟର୍କୀ ଯାହା ଲାଭଦାୟକ ବ୍ୟବସାୟ ହୋଇଥିବାରୁ ତାକୁ ଚାଷ କରିବା ପାଇଁ ପନ୍ଥା ଆପଣେଇଥିଲେ । ଏବେ ସେ ନିଜ ଘରେ ଏକ ଫାର୍ମ କରି ଏଥିରେ ପ୍ରାୟ ୫୦୦ରୁ ୧୦୦୦ ପଯ୍ୟନ୍ତ ଟର୍କୀ କୁକୁଡା ପାଳନ କରିଛନ୍ତି । ଏହି କୁକୁଡାର ଦାମ ଗୋଟି ପିଛା ୧୨୦୦ ଟଙ୍କା ଓ ଏହାର ମାଂସ ୧ କିଲୋକୁ ୮୦୦ ଶହରୁ ୧୦୦୦ହଜାର ପଯ୍ୟନ୍ତ ବିକ୍ରି ହୋଇପାରିବ ବୋଲି ସୁଧାଂଶୁ କହିଛନ୍ତି । ତେବେ ବିଦେଶରେ ରହି ଚାକିରୀ କରି ଯେତିକି ଟଙ୍କା ରୋଜଗାର କରି ହେଉଥିଲା ନିଜ ଜନ୍ମମାଟିରେ ରହି ସେତିକି ପଇସା ରୋଜଗାର କରି ଦେଖାଇବା ଚାଲେଞ୍ଜରେ ରହି ସମଗ୍ର ଯୁବ ପୀଢ଼ି ପାଇଁ ଏକ ପ୍ରେରଣା ସାଜିଛନ୍ତି । ଏଥି ସହିତ ନିଜ ଗାଁ ମାଟିରେ କିଛି ନୂଆ କରି ଦେଖାଇବା ତଥା ଜୀବିକା ଅର୍ଜନ କରିବାରେ ଯେଉଁ ଶାନ୍ତି ମିଳୁଛି ତାହା ବିଦେଶରେ ଚାକିରୀ କରି ମିଳେନାହିଁ ବୋଲି ନିଜ ଅନୁଭୂତିରୁ ସୁଧାଂଶୁ କହିଛନ୍ତି । ଏହା ଦ୍ୱାରା କେବଳ ନିଜର ନୁହେଁ ଦେଶର ଅର୍ଥନୀତିରେ ମଧ୍ୟ ଉନ୍ନତି ଆସିବ ବୋଲି ସେ ଦାବି କରିଛନ୍ତି । ତେବେ ଆଗକୁ ଆହୁରି ଟର୍କୀ କୁକୁଡା ଆଣି ରଖି ବ୍ୟବସାୟ କରିବେ ବୋଲି ସେ କହିଛନ୍ତି । ଏହି ବ୍ୟବସାୟରେ ଏମଡି ସସ୍ମିତା ସ୍ୱାଇଁ ତାଙ୍କୁ ସାହାଯ୍ୟ ସହଯୋଗ କରୁଛନ୍ତି ।

Leave a Reply

Your email address will not be published. Required fields are marked *