ସାମ୍ବାଦିକଙ୍କ ମାତୃ ବିୟୋଗ


କଟକ(ଏନ୍‌.ଏମ୍‌.): କଟକର ଜଣାଶୁଣା ସାମ୍ବାଦିକ ପ୍ରମୋଦ ପରିଡାଙ୍କ ମାତୃ ବିୟୋଗ ହୋଇଯାଇଛି। ମାତ୍ର ୫୬ ବର୍ଷ ବୟସରେ ପ୍ରମୋଦଙ୍କ ମା ସୁଲୋଚନା ପରିଡାଙ୍କ ମୃତ୍ୟୁ ହୋଇଛି। ସେ ଦୀର୍ଘ ଦିନ ଧରି ହୃଦ ଏବଂ ଯକୃତ ଜନିତ ରୋଗରେ ପୀଡିତ ଥିଲେ। ଉନ୍ନତ ଚିକିତ୍ସା ଲାଗି ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ଖବର ବ୍ୟାପିଯିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ତାଙ୍କ ବିଡାନାସୀସ୍ଥିତ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ସ୍ୱର୍ଗୀୟା ପରିଡାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡପୁଅ ପ୍ରତାପ ପରିଡା ମୁଖାଗ୍ନି ଦେଇଥିଲେ। ସ୍ୱର୍ଗୀୟା ପରିଡାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ, ଦୁଇ ଝିଅଙ୍କ ସମେତ ତାଙ୍କ ସ୍ୱାମୀ ଗୋକୁଳାନନ୍ଦ ପରିଡା ଉପସ୍ଥିତଥିଲେ।

Leave a Reply

Your email address will not be published. Required fields are marked *