ସାମ୍ବାଦିକକୁ ଆକ୍ରମଣର ଘୋର ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର


#ଖୋର୍ଦ୍ଧା(ଏନ୍‌.ଏମ୍‌.): ଗଣମାଧ୍ୟମର ପ୍ରତିନିଧି ଜ୍ୟୋତି ମହାପାତ୍ରଙ୍କ ପ୍ରତି ଆକ୍ରମଣଙ୍କୁ ସ୍ୱେଚ୍ଛାସେବୀ ସଂଗଠନ ନିୟୁ ଥୁଙ୍କିଙ୍ଗ୍ ଫୋରମ୍‌, ଖୋର୍ଦ୍ଧା ତରଫରୁ ଘୋର ନିନ୍ଦା କରାଯାଉଛି । ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି, ଗଣମାଧ୍ୟମ ହେଉଛି ସମାଜର ୪ର୍ଥ ସ୍ତମ୍ଭ । ଏମାନେ ସମାଜର ଜାଗ୍ରତ ପ୍ରହରୀ ଭଳି କାମ କରନ୍ତି । ସରକାରଙ୍କର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଓ ଜନସାଧାରଣଙ୍କର ସୁବିଧା ଅସୁବିଧାକୁ ମଧ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ଏମାନେ ଅହରହ ସଂଗ୍ରାମରତ । ଗଣମାଧ୍ୟମ ବିନା ସମାଜ ପିତୃମାତୃ ଶୂନ୍ୟ ହୋଇଥାଏ । ଗଣମାଧ୍ୟମ ପ୍ରତି ଆକ୍ରମଣ ହେଲେ ଶାସକ ଏବଂ ଶାସିତ ସମସ୍ତେ ଏକଛତ୍ର ଦାବି ବୋଲି ପ୍ରମାଣ ହୋଇଥାଏ । ଗଣମାଧ୍ୟମ ପ୍ରତି ଅତ୍ୟାଚାର କୁଠାରଘାତ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହାଦ୍ୱାରା ଦେଶ ତଥା ସମାଜର ବିକାଶରେ ବାଧାପ୍ରାପ୍ତ ହୋଇଥାଏ । ଏଭଳି ପରିସ୍ଥିତିରେ ଜନମଙ୍ଗଳ ରାଷ୍ଟ୍ରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସରକାର ତଥା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କର ପ୍ରମୁଖ କର୍ତ୍ତବ୍ୟ ହେବା ଦରକାର । ଆମ ରାଜ୍ୟରେ ସେବା ଯୋଗାଉ ଥିବା ରାଜନେତା, ବଡ଼ବଡ଼ ସରକାରୀ କର୍ମଚାରୀ, ଡାକ୍ତର ମାନଙ୍କ ପାଇଁ ସରକାର ସୁରକ୍ଷା ଯୋଗାଇ ଦେଉଥିବାବେଳେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ସୁରକ୍ଷା ଯୋଗାଇ ଦେବା ଦେବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *