ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସବୁ ହିତାଧିକାରୀଙ୍କୁ ଗ୍ରୀଷ୍ମକାଳୀନ ସହାୟତା

ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସବୁ ହିତାଧିକାରୀଙ୍କୁ ଗ୍ରୀଷ୍ମକାଳୀନ ସହାୟତା

ଭୁବନେଶ୍ୱର (ଏନ୍‌.ଏମ୍‌.): ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ଓ ଅନ୍ୟାନ୍ୟ ବର୍ଗରେ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ଗ୍ରୀଷ୍ମକାଳୀନ ସହାୟତା ସ୍ୱରୂପ ଅତିରିକ୍ତ ୧୦୦ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଭତ୍ତା ହିତାଧିକାରୀମାନେ ଏହି ସହାୟତା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ପାଇବାକୁ ଥିବାବେଳେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ଗ୍ରୀଷ୍ମକାଳୀନ ସହାୟତା ବାବଦରେ ଅତିରିକ୍ତ ୧୦୦ ଟଙ୍କା ଚଳିତ ମାସ ୧୫ ତାରିଖ ଦିନ ସେମାନଙ୍କ ନିୟମିତ ଭତ୍ତା ସହିତ ପ୍ରଦାନ କରାଯିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଭାସ୍କରଜ୍ୟୋତି ଶର୍ମା ପ୍ରକାଶ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *