କଟକ (ଏନ୍.ଏମ୍.) – ବାତ୍ୟା ୟାସ୍ କେବଳ ଧନଜୀବନ ଉଜାଡ଼ି ଦେଇଗଲା ନାହିଁ ବରଂ ଲୋକଙ୍କୁ ଅନେକ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଗଲା । ଏଭଳି ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ ପ୍ରଶାସନକୁ ସହଯୋଗ ତଥା ଜନସାଧାରଣଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡ଼ିଥିଲେ ସାମାଜିକ ଅନୁଷ୍ଠାନ “ସାଧନା ପରିବାର” । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ବିଭିନ୍ନ ସ୍ଥାନରେ ରାସ୍ତାରେ ପଡ଼ି ଅବରୋଧ କରିଥିବା ଗଛଗୁଡ଼ିକୁ କାଟି ରାସ୍ତା ସଫା କରିବା,ବାତ୍ୟା ମୁକାବିଲା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବାତ୍ୟାପୂର୍ବରୁ ଅନେକ ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବା, ଆଶ୍ରୟସ୍ଥଳୀରେ ରହିଥିବା ଲୋକଙ୍କ ପାଇଁ ନିୟମିତ ଖାଦ୍ୟ,ପାନୀୟଜଳ,ଔଷଧର ବନ୍ଦୋବସ୍ତ କରିବାସହ ପାଣିଘେରରେ ରହିଥିବା ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇବା, ଗୃହପାଳିତ ପଶୁପକ୍ଷୀଙ୍କୁ ଉଦ୍ଧାର କରିବା,ଗାଁ ଗାଁ ବୁଲି ବାତ୍ୟା ସଚେତନତା ପ୍ରଚାର କରିବା ଭଳି ଉଲ୍ଲେଖନୀୟ କାର୍ୟ୍ୟ କରି ସ୍ଥାନୀୟ ପ୍ରଶାସନର ପ୍ରଶଂସାର ପାତ୍ର ହୋଇପାରିଲେ ସାଧାନା ପରିବାର । ସାଧନାର ସଭାପତି ଜିତେନ୍ଦ୍ର କୁମାର ନାୟକ,ସମ୍ପାଦକ ଶ୍ରୀଗୋବିନ୍ଦ,ସଂଗଠନ ସମ୍ପାଦକ ବିଦ୍ୟୁତ କୁମାର ନାୟକ,କୋଷାଧ୍ୟକ୍ଷ ରୋହିତ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଯୁବ ଆର୍ୟ୍ୟ ସମାଜ ମଧ୍ୟ ଅଣ୍ଟା ଭିଡ଼ିଥିଲା । ଆର୍ୟ୍ୟ ସମାଜର ସଂଯୋଜକ ଦୀପକ କୁମାର ନାୟକ,ସଚୀନ ଆଚାର୍ୟ୍ୟ, ବାଦଲ କୁମାର ନାୟକ,ଆନନ୍ଦ ନାୟକ,ପ୍ରଶାନ୍ତ ନାୟକ,ମାଧବ ନାୟକ,ମୁକ୍ତିକାନ୍ତ ବଳ,ଦୀପକ ସେଠୀ,ପବିତ୍ର ନାୟକ ପ୍ରମୁଖ ଏବେ ବି ସେବା କାର୍ୟ୍ୟ ନିରନ୍ତର ଭାବରେ ଚାଲୁ ରଖିଛନ୍ତି ।
ସାମାଜିକ ସଂଗଠନ ସାଧନା ପରିବାର ପକ୍ଷରୁ ସେବାକାର୍ଯ୍ୟ
🤖 AI Quick Summary
Click the button to generate AI summary.
