ସାମାଜିକ କର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ କରୋନା ପ୍ରଭାବିତଙ୍କୁ ରିଲିଫ ବଣ୍ଟନ

ସାମାଜିକ କର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ କରୋନା ପ୍ରଭାବିତଙ୍କୁ ରିଲିଫ ବଣ୍ଟନ


# କଟକ(ଏନ୍‌.ଏମ୍‌.): ସରକାରଙ୍କ ପକ୍ଷରୁ କରୋନା କଟକଣାକୁ କୋହଳ କରାଯାଇ ସପ୍ତାହାନ୍ତ ସର୍ଟଡାଉନକୁ ହଟାଇ ଦିଆଯାଇଥିଲେ ମଧ୍ୟ ଗରିବ ଲୋକଙ୍କ ଆର୍ଥିକ ସ୍ଥିତି ଏବେ ବି ସୁଧୁରି ପାରିନାହିଁ । ଦୀର୍ଘ ଦିନ ଧରି ରୋଜଗାର ହରାଇବା ପରେ ଲୋକେ ଆଜିବି ଆର୍ଥିକ ସଂକଟରେ ବସବାସ କରୁଛନ୍ତି । ଏପରିକି ଓଳିଏ ଖାଇଲେ ଆର ଓଳିକୁ ଉପାସ ରହିବାକୁ ପଡ଼ୁଛି । ତେବେ ଜନସାଧାରଣଙ୍କ ଏଭଳି ଦୟନୀୟ ଅବସ୍ଥାକୁ ଉପଲବ୍ଧି କରି ସହୃଦୟ ବ୍ୟକ୍ତି ତଥା ଅନୁଷ୍ଠାନ ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ କରାଯାଇଛି । ଗରିବମାନଙ୍କ ଏଭଳି ସ୍ଥିତିକୁ ଦେଖିବା ପରେ ସାମାଜିକ କର୍ମୀ ସୁକାନ୍ତ ସେଠୀ ଅକ୍ଷୟପାତ୍ର ଫାଉଣ୍ଡେସନକୁ ରିଲିଫ ପ୍ରଦାନ କରିବାକୁ ନିବେଦନ କରିଥିଲେ । ତେବେ କରୋନା କଟକଣା ସମୟରେ ସିଏମସି ପକ୍ଷରୁ ପ୍ରଭାବିତ ପରିବାରଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେହି ତାଲିକା ଅନୁଯାୟୀ ଆଜି ଅନୁଷ୍ଠାନ ପକ୍ଷରୁ ସିଏମସି ୫୬ ନମ୍ବର ୱାର୍ଡ଼ ବାଲିକୁଦାସ୍ଥିତ ରଜକ ସାହି ମା’ବୁଢ଼ୀମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ବହୁ ଗରିବ ପରିବାର ଲୋକଙ୍କୁ ଅକ୍ଷୟପାତ୍ର ଫାଉଣ୍ଡେସନ ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ କରାଯାଇଥିଲା । ସ୍ଥାନୀୟ କାଜିପାଟଣା, ଉତ୍ତମାପୁର ତୋଟା ସାହି, ବାଲିକୁଦା ଧୀବର ସାହି, ସାମଲ ସାହି ଓ ରଜକ ସାହିର ୨ଶହରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏହି ରିଲିଫ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଶ୍ରୀ ସେଠୀଙ୍କ ସମେତ ସିଏମସି ବସ୍ତିଉନ୍ନୟନ ଅଧିକାରୀ ଅମୃତ ସରକାର, ୫୬ ନମ୍ବର ୱାର୍ଡ଼ ଅଧିକାରୀ ସରୋଜ ପାତ୍ର, ଗୋଷ୍ଠୀ ସଂଗଠିକା ମମତା ରାଉତ, ଅକ୍ଷୟପାତ୍ର ଫାଉଣ୍ଡେସନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *