ସାଧୁବଟ ଆବାସିକ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

ସାଧୁବଟ ଆବାସିକ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

News by Basanta Ratha (Cuttack Sadar)

#କଟକ ସଦର (ଏନ୍‌.ଏମ୍‌.): କଟକ ସଦର ଅନ୍ତର୍ଗତ ବ୍ରାହ୍ମଣଖଣ୍ଡ (ଶିର୍ଲୋ) ଠାରେ ଅବସ୍ଥିତ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସାଧୁବଟ ଆବାସିକ ଶିଶୁ ବିଦ୍ୟା ମନ୍ଦିର(ଗୁରୁକୁଳ)ର ବାର୍ଷିକ ଉତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତ ୨୨ ଓ ୨୩ ତାରିଖରେ ହୋଇଥିବା ବିଦ୍ୟାଳୟ କ୍ରୀଡ଼ାରେ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରଯାଇଥିଲା । ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ପ୍ରଦୀପ୍ତ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଶୀର୍ଲୋ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଦୀପ୍ତିଶିଖା ବେହେରା ଏବଂ ମୁଖ୍ୟବକ୍ତା ଭାବେ ସରୋଜ କୁମାର ସାହୁ ଯୋଗ ଦେଇଥିବାବେଳେ ବିଦ୍ୟାଳୟର ମୁଖ୍ୟ ପୁରୋଧା ତଥା ପରିଚାଳନା କମିଟି ଅଧ୍ୟକ୍ଷ ସଚ୍ଚିଦାନନ୍ଦ ପଟ୍ଟନାୟକ, ସମ୍ପାଦକ ସୁଧାକର ମାଦେଳି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ଦେବାଶିଷ ରାୟ ସ୍ୱାଗତ ଅଭିଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ସହ ଶିକ୍ଷକ ପ୍ରଭାକର ବାରିକ ଅତିଥି ପରିଚୟ ଓ ପୁରସ୍କାର ବିତରଣ ଉତ୍ସବକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହ ଶିକ୍ଷକ ପ୍ରକାଶ ଆଚାର୍ଯ୍ୟ, ରାଜେଶ ପ୍ରଧାନ ଓ ସହ ଶିକ୍ଷୟିତ୍ରୀ ନିହାରବାଳା ମହାନ୍ତି, ମମତା ପଟ୍ଟନାୟକ, ଲିପ୍ସା ମଣ୍ଡଳ, ସୁଲୋଚନା ବେହେରା, ଶୁଭଶ୍ରୀ ସାହୁ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ସ୍କୁଲ୍ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସହ ଶିକ୍ଷକ ହିମାଂଶୁ ଶେଖର ବେହେରା ଧନ୍ୟବାଦ୍ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *