ସାଇ ଶିକ୍ଷାର ବଚପନ ପ୍ଲେ ସ୍କୁଲ ଆଣ୍ଡ ଷ୍ଟଡି ସର୍କଲର ଶୁଭାରମ୍ଭ

ସାଇ ଶିକ୍ଷାର ବଚପନ ପ୍ଲେ ସ୍କୁଲ ଆଣ୍ଡ ଷ୍ଟଡି ସର୍କଲର ଶୁଭାରମ୍ଭ

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସାଇଶିକ୍ଷା ଗ୍ରୁପ ଅଫ ସ୍କୁଲ ଆଣ୍ଡ କଲେଜ ପକ୍ଷରୁ ସ୍ଥାନୀୟ କଲ୍ୟାଣୀନଗର ସ୍ଥିତ ରବି ରାୟ ଲେନ୍ ଠାରେ ନୂତନ ଭାବେ ଏକ ପ୍ଲେ ସ୍କୁଲ ଏବଂ ସାଇ ଶିକ୍ଷା ଷ୍ଟଡି ସର୍କଲର ଶୁଭାରମ୍ଭ ହୋଇଯାଇଛି । ଯେଉଁ ଠାରେ ପ୍ଲେ ଠାରୁ ଷ୍ଟାଣ୍ଡାର୍ଡ ଥ୍ରୀ ପର୍ଯ୍ୟନ୍ତ ଏବଂ ତତ ସହିତ ଯୁକ୍ତ ଦୁଇ ବିଜ୍ଞାନ, ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷା ଉପରେ କୋଚିଂ ଦିଆଯିବ । ପୂର୍ବରୁ ଏହି ଗ୍ରୁପ ପକ୍ଷରୁ ଶିକ୍ଷାଦାନ କ୍ଷେତ୍ରରେ ବହୁ ସୁନାମ ଅର୍ଜନ କରିଛି । ଏହି ଅବସରରେ ଗ୍ରୁପର ସଭାପତି ପର୍ଶୁରାମ ଦାସ, ସମ୍ପାଦକ ସୁବାସ ଚନ୍ଦ୍ର ସେନାପତି, ଟ୍ରଷ୍ଟି ସୁଧାଂଶୁ ଶେଖର ନାୟକଙ୍କ ସମେତ ଅନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷକ, ଶିକ୍ଷୟତ୍ରୀ ପ୍ରଭାକର ଦାସ, ସୁଧାଂଶୁ ଭୂଷଣ ପଣ୍ଡା, ଉତ୍କଳ କେଶରୀ ବିଶ୍ୱାଳ, ଜ୍ଞାନ ନାୟକ, ଜଗନ ମହାରଣା, ଅନିଲ ପଣ୍ଡା, ନରେନ୍ଦ୍ର ଓଝା, ଚନ୍ଦନ ମହାରଣା, ମନୋରଞ୍ଜନ, ଜୟନ୍ତ ସାମନ୍ତରାଏ, ସୁଦର୍ଶନ ତ୍ରିପାଠି, ସୂର୍ଯ୍‌ଯକାନ୍ତ ସାହୁ, ରଶ୍ମିରଞ୍ଜନ ମହାନ୍ତି, ଅମର ବାରିକ, ପ୍ରଜ୍ଞା ପରିମିତା ଦାସ, ପ୍ରଭାତି ରାଉଳ, ମଧୁସ୍ମିତା ପଣ୍ଡା, ବନ୍ଦନା ବେହେରା, ମଧୁସ୍ମିତା ମହାପାତ୍ର, ମିନତି ଦାସ, ବିଷ୍ଣୁ ପ୍ରିୟା ବେହେରା, ସବିତା ଦାସ, ଚିନ୍ମୟୀ ମିଶ୍ର, ଜୋତିର୍ମୟୀ ବାରିକ, କଳାବତି ଲେଙ୍କା, ସ୍ମିତାଞ୍ଜଳି ସ୍ୱାଇଁ, ବୀଣା ଦାଶ, ବବିତା ନାୟକ, ନିରୂପମା ତ୍ରିପାଠୀ, ସନ୍ଧ୍ୟାରାଣୀ ପଣ୍ଡା, ମନସ୍ୱିନୀ ପ୍ରଧାନ ଏବଂ ରୀତା ମହାନ୍ତିଙ୍କ ସମେତ ଅବିଭାବକ, ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *