ସର୍ବ ଭାରତୀୟ ତେରାପନ୍ଥ ପକ୍ଷରୁ ପାରଚାମ କେଶରିଆ ଶକ୍ତି କର୍ମଶାଳା ୧୬ରେ

ସର୍ବ ଭାରତୀୟ ତେରାପନ୍ଥ ପକ୍ଷରୁ ପାରଚାମ କେଶରିଆ ଶକ୍ତି କର୍ମଶାଳା ୧୬ରେ

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ସର୍ବଭାରତୀୟ ତେରାପନ୍ଥ ମହିଳା ମଣ୍ଡଳ ତତ୍ତା୍ୱବଧାନରେ ପାରଚାମ କେଶରିଆ ଶକ୍ତି କର୍ମଶାଳା ଆସନ୍ତା ୧୬ ଜୁଲାଇ ତଥା ଶନିବାର ଦିନ ସ୍ଥାନୀୟ ଚୌଧୁରୀ ବଜାରସ୍ଥିତ ସହିଦ ଭବନ ଠାରେ ଅନୁଷ୍ଠିତ ହେବ । ଉକ୍ତଦିନ ପୂର୍ବାହ୍ନ ୯ଘଟିକା ଠାରୁ ଦିନ ୧୨ ଘଟିକା ପର୍ଯ୍ୟନ୍ତ ଏହା ଚାଲିବ ବୋଲି କାଠଗଡା ସାହି ସ୍ଥିତ ତେରାପନ୍ଥ ଭବନରେ ତେରାପନ୍ଥ ମହିଳା ମଣ୍ଡଳ କଟକ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ହିରା ବେଡ୍ କହିଛନ୍ତି । ଏହି ସମ୍ମିଳନୀରେ ଜୈନଧର୍ମାଲମ୍ବୀ ବାବା ମୁନୀ ଜିନେଶ୍ କୁମାର ଜୀ ଓ ତାଙ୍କ ଦୁଇ ଶିଷ୍ୟ ମୁନୀ ପରମାନନ୍ଦ ଜୀ ଓ ମୁନୀ କୁନାଲ କୁମାର ଜୀ ପ୍ରମୁଖ ଉପସ୍ଥିତ ରହି ମହିଳାମାନେ ହେଉଛନ୍ତି ବିଶ୍ୱର ଏକ ମହାନ ଶକ୍ତି ବୋଲି ମତପ୍ରକାଶ କରିଥିଲେ । ତେବେ ଏକ ସୁସ୍ଥ ସମାଜ ଗଠନ ଦିଗରେ ଏହା ବଡ ଭୂମିକା ଗ୍ରହଣ କରିପାରିବ । ସଠିକ ମାର୍ଗ ଦର୍ଶନ ଗ୍ରହଣ କରିବା ସହ ଅର୍ଥ ଏବଂ ଆଧୁନିକତାର ଅନ୍ଧ ଜାତି ସମାଜିକ ଚଳନରେ ବହୁତ କ୍ଷତି ଘଟାଇଥାଏ ବୋଲି କହିଥିଲେ । ଏହି ସମସ୍ୟାର ସମାଧାନ ପାଇଁ ମହିଳା ସଶକ୍ତ କରଣ ହେବା ଉଚିତ୍ । ତେଣୁ ଏହି ଜ୍ଞାନ କର୍ମଶାଳା ମାଧ୍ୟମରେ ସମାଜର ମହିଳାମାନଙ୍କ ଶକ୍ତି ଜାଗ୍ରତ ହୋଇପାରିବ ବୋଲି ବାବା ମତବ୍ୟକ୍ତ କରିଛନ୍ତି । ଆସନ୍ତା ୧୬ ତାରିଖରେ ହେବାକୁ ଥିବା କର୍ମଶାଳାରେ ଛତିଶଗଡ ଉଚ୍ଚ ନ୍ୟାୟଳୟର ପୂର୍ବତନ ପ୍ରଧାନ ବିଚାପତି ଗୌତମ ଚାନ୍ଦ ଚରଡିଆ ମୁଖ୍ୟଅତିଥି ଏବଂ ବିଶିଷ୍ଟ ଅତିଥିଭାବେ ଶ୍ରୀ ଜୈନ ଶ୍ୱେତାମ୍ବର ତେରାପୀଠ ମହାସଭାର ରାଷ୍ଟ୍ରପତି ମାନସୁଖ ଲାଲ ସେଥିଆ, ମୁଖ୍ୟବକ୍ତାଭାବେ ଶାହାଡା ମହାରାଷ୍ଟ୍ରର ଆଇନଜୀବୀ ସି୍ମତା ଜେନ କୁଚେରିଆ, ସମ୍ମାନିତ ଅତିଥିଭାବେ ବିଜେଡି ଉପସଭାପତି ସମ୍ପତି ମୋଡା ଏବଂ ଏବିଏଟି ମହିଳା ମଣ୍ଡଳ ୱାର୍କିଂ କମିଟି ସଦସ୍ୟ ସ୍ମୃତି ଇନ୍ଦିରା ଲୁନିୟା ପ୍ରମୁଖ ଯୋଗ ଦେବେ ବୋଲି ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି କାର୍ମଶାଳାରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେବା ପାଇଁ ତେରାପନ୍ଥ ମହିଳା ମଣ୍ଡଳ, କଟକର ସମ୍ପାଦିକା ଶଶି ବିନୟକିଆ ନିବେଦନ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *