ସର୍ବଭାରତୀୟ ବୈଜ୍ଞାନିକ ମଣ୍ଡଳୀର ଓୟୁଏଟି ଫଳ ଗବେଷଣା ପ୍ରକଳ୍ପ ପରିଦର୍ଶନ

ସର୍ବଭାରତୀୟ ବୈଜ୍ଞାନିକ ମଣ୍ଡଳୀର ଓୟୁଏଟି ଫଳ ଗବେଷଣା ପ୍ରକଳ୍ପ ପରିଦର୍ଶନ

News by I&PR Odisha

#ଭୁବନେଶ୍ୱର(ଏନ୍‌.ଏମ୍‌.): ସର୍ବଭାରତୀୟ ବୈଜ୍ଞାନିକ ମଣ୍ଡଳୀର ବରିଷ୍ଟ ବୈଜ୍ଞାନିକମାନେ ଭୁବନେଶ୍ୱରର ଓୟୁଏଟିସ୍ଥିତ ଅଖିଳ ଭାରତୀୟ ଫଳ ଗବେଷଣା ପ୍ରକଳ୍ପର ଅନୁଧ୍ୟାନ ପାଇଁ ପରିଦର୍ଶନ କରିଛନ୍ତି । ଜାତୀୟ ଜୈବ ବିଜ୍ଞାନ ସଂସ୍ଥାର ଅଧ୍ୟକ୍ଷ ଡକ୍ଟର ଭି. ଏ. ପାର୍ଥସାରଥୀ, ଭାରତୀୟ ପନିପରିବା ଗବେଷଣା କେନ୍ଦ୍ର, ବାରଣାସୀର ପୂର୍ବତନ ପ୍ରମୁଖ ବୈଜ୍ଞାନିକ ଡକ୍ଟର କେ. ପି. ସିଂ, କେନ୍ଦ୍ରୀୟ କନ୍ଦ ଫସଲ ଅନୁସନ୍ଧାନ ସଂସ୍ଥାନ ତ୍ରିଭାନ୍ଦ୍ରମର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଭି. ରବି ଓ ଅଖିଳ ଭାରତୀୟ ଫଳ ଗବେଷଣା ପ୍ରକଳ୍ପର ସଂଯୋଜକ ଡକ୍ଟର ପ୍ରକାଶ ପାଟିଲ ପ୍ରମୁଖ ଫଳ ଗବେଷଣା ପ୍ରକଳ୍ପର କଦଳୀ ଫସଲ ଅନୁସନ୍ଧାନ କ୍ଷେତ୍ର ପରିଭ୍ରମଣ କରିଥିଲେ । ଏହି ଅବସରରେ ଭାରପ୍ରାପ୍ତ ବୈଜ୍ଞାନିକ ଡକ୍ଟର ସୌଦାମିନୀ ସ୍ୱାଇଁ ଓ ଉଦ୍ଭିଦ ରୋଗ ବିଶେଷଜ୍ଞ ବିପିନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କଦଳୀ ଫସଲ ଅନୁସନ୍ଧାନ କ୍ଷେତ୍ରରେ ଓୟୁଏଟିରେ ହେଇଥିବା କାର୍ଯ୍ୟ ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । କ୍ଷେତ୍ର ପରିଦର୍ଶନ ପରେ ବୈଜ୍ଞାନିକ ମଣ୍ଡଳୀ ଓୟୁଏଟି ଦ୍ୱାରା କରାଯାଉଥିବା ଉଦ୍ଭିଦ ଗବେଷଣା ତଥା ନମୁନା ଫଳ ଓ ପନିପରିବା ଚାଷ ପଦ୍ଧତି ଆଦି ଉନ୍ନତମାନର ହୋଇଥିବାରୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହାକୁ ବ୍ୟାପକ ଭାବେ ଚାଷୀଙ୍କ ପାଖରେ ପହଞ୍ଚିବା ନେଇ ବିଶ୍ୱବିଦ୍ୟାଳୟ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପରିଦର୍ଶନକାରୀ ବୈଜ୍ଞାନିକମାନେ ବିଶ୍ୱବିଦ୍ୟାଳୟର ଗବେଷଣା ଅଧ୍ୟକ୍ଷ ଡକ୍ଟର ସଂଗ୍ରାମ କେଶରୀ ସ୍ୱାଇଁଙ୍କ ସହ ସୈଜନ୍ୟମୁଳକ ସାକ୍ଷାତ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *