ସର୍ବଭାରତୀୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସଫଳତା ପାଇଁ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧନା

ସର୍ବଭାରତୀୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସଫଳତା ପାଇଁ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧନା


ବୟାଳିଶ ମୌଜା (ଏନ୍‌.ଏମ୍‌.):ସାମାଜିକ ସଂଗଠନ ପ୍ରତିଭା ସାଂସ୍କୃିତିକ କଳା ପରିଷଦ ପକ୍ଷରୁ ବନ୍ତୁଣିଆସ୍ଥିତ ବନ୍ତେଶ୍ୱର ମହାଦେବ ପୀଠରେ ଏକ କ୍ରୀଡା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସର୍ବଭାରତୀୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚମ୍ପିଅନ ହୋଇଥିବା ୪୨ମୌଜା ବଉଳକୁଦ ଗ୍ରାମର ସ୍ୱର୍ଣ୍ଣଦେବୀ ଫୁଟବଲ୍ ଟିମର ସମସ୍ତ ଖେଳାଳୀ ଓ କର୍ମକର୍ତ୍ତମାନଙ୍କୁ ସମ୍ବର୍ଦ୍ଧର୍ିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଫୁଟବଲ୍ ଆସୋସିଏସନ ଅଫ୍ ଓଡ଼ିଶା (ଫାଓ)ର କୋଷାଧ୍ୟକ୍ଷ ଭକ୍ତ ବଲ୍ଲଭ ଦାସ ଯୋଗଦେଇ ଗ୍ରାମାଞ୍ଚଳରେ ଫୁଟବଲ ଖେଳର କିପରି ବିକାଶ ହୋଇପାରିବ ସେ ସଂକ୍ରାନ୍ତରେ ଆଲୋକପାତ କରି ଖେଳାଳୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରିଷଦର ସଭାପତି ବରିଷ୍ଟ ସାମ୍ବାଦିକ ଆଲୋକ କୁମାର ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ସମ୍ମାନିତ ଅତିଥିଭାବେ ରାଜ୍ୟ ସରକାରୀ କର୍ମଚାରୀ ନେତା ପ୍ରଭାତ କୁମାର ଦେବତା, ସଂଗଠନର ଉପଦେଷ୍ଟା ରଣଜିତ କୁମାର ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ବୀରବର ଲେଙ୍କା, ପୂର୍ବତନ ସମିତି ସଭ୍ୟ ବିନୋଦ ବିହାରୀ ବେହେରା, ଇଂ. ଅଶୋକ କୁମାର ବିଶ୍ୱାଳ ଯୋଗଦେଇ ୪୨ମୌଜା ଅଞ୍ଚଳରେ ଫୁଟବଲ ଖେଳର ବିକାଶ ପାଇଁ ଅଧିକ ଉଦ୍ୟମ ଆବଶ୍ୟକ ବୋଲି କହିଥିଲେ । ପରିଷଦର ସାଧାରଣ ସମ୍ପାଦକ ତଥା ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ଗୋଚ୍ଛାୟତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବରେ ହୃଦାନନ୍ଦ ବିଶ୍ୱାଳ, ଅଶୋକ ଜେନା, ସତ୍ୟଦୀପ ସାହୁ, ଦୁଃଖିଶ୍ୟାମ ପ୍ରଧାନ, ଅନୀଲ ଦାସ, ଆଶିଷ ମହାନ୍ତି, ସନ୍ତୋଷ ବେହେରା, ଶିବ ବିଶ୍ୱାଳ, ନବକିଶୋର ବେହେରା, ଅମିତାଭ ବିଶ୍ୱାଳ, ନୁର ବେହେରା, ବୈକୁଣ୍ଠନାଥ ବିଶ୍ୱାଳ, ସଲିଳ ଭୋଇ, ଘନଶ୍ୟାମ ମଲ୍ଲିକ, ଚିତ୍ତରଞ୍ଜନ ବିଶ୍ୱାଳ, ଅଜୟ ପୃଷ୍ଟି, ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଉପସଭାପତି ଶଶିକାନ୍ତ ଦାସ ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *