ସରକାରଙ୍କର ଜୀବିକା ମିଶନର ନିୟମାବଳୀକୁ ପ୍ରତ୍ୟାହାର ଦାବିରେ ବିକ୍ଷୋଭ


କଟକ(ଏନ୍‌.ଏମ୍‌.): ଓଡିଶା ଜୀବିକା ମିଶନ କ୍ଷେତ୍ରରେ ସରକାରଙ୍କ ନୂତନ ନୀତିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡିଶା ଜୀବିକା ମିଶନ ଇ. ସି. ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ଜୀବିକା ମିସନ ଇ.ସି ସଂଘ କଟକ ଜିଲ୍ଲାର ତରଫରୁ କଟକ ଜିଲ୍ଲାପାଳଙ୍କ କାର୍ଜ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଥିଲା। ଭାରତୀୟ ମଜଦୁର ସଂଘ ରାଜ୍ୟ କମିଟି ସଦସ୍ୟ ବସନ୍ତ କୁମାର ସାହୁ ଜୀବିକା ମିଶନର ବିଭିନ୍ନ ସମସ୍ୟା ସମ୍ପର୍କ ବିଷୟରେ ଉପସ୍ଥାପନ କରି କହିଲେ ଯେ, ସରକାରଙ୍କର ମିଶନ ଶକ୍ତି ସର୍ବସାଧାରଣଙ୍କୁ ସେବା ଯୋଗାଇଦେବା ପାଇଁ ଏକ ବଡ ଅସ୍ତ୍ର। ମାତ୍ର ସରକାର ଜୀବିକା ମିଶନର ନିତି ନିୟମକୁ ବାରମ୍ବାର ସଂଶୋଧନ କରି ଚାଲିଛନ୍ତି। ତେଣୁ ମିଶନ ଶକ୍ତି ମହିଳାମାନେ ସରକାରଙ୍କର ନୁତନ ନିୟମ ଲାଗୁ କରିବା ଫଳରେ ଅନିଶ୍ଚିତତା ଦେଇ ଗତିକରୁଛି। ତେଣୁ ଓଡ଼ିଶା ସରକାର ଓଡିଶା ଜୀବିକା ମିଶନ ଇ.ସି ସଂଘ ସହିତ ତୁରନ୍ତ ଆଲୋଚନାକରି ସମସ୍ୟାର ସମାଧାନ କରିବା ପାଇଁ ସଂଘ ତରଫରୁ ଦାବି କରାଯାଇଛି। ବିକ୍ଷୋଭକାରୀମାନଙ୍କ ମଧ୍ୟରୁ ସଂଘର ଏକ ପ୍ରତିନିଧିଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିଶନ ଇ.ସି ସଂଘ ସଭାନେତ୍ରୀ ଯୋଗମାୟା ନନ୍ଦ, ସାଧାରଣ ସମ୍ପାଦିକା ବୀଣାପାଣୀ ପାତ୍ର, କଟକ ଜିଲ୍ଲା ସଭାନେତ୍ରୀ ରୋଜାଲିନ ମହାନ୍ତି, ସମ୍ପାଦିକା ମିତାଲି ଦାସ, ବୈଜୟନ୍ତି ମିଶ୍ର, ସସ୍ମିତା ମହାନ୍ତି, ମମତା ସାହୁ, ବାସନ୍ତୀ ବେହେରା, ସୌଦାମିନୀ ସିଂ, ସସ୍ମିତା ସାମନ୍ତରାୟ, ଝୁନୁଲତା ମହାପାତ୍ର, ପଙ୍କଜିନୀ ପଟେଲ, କିରଣ ଭୋଇ, ଦମୟନ୍ତୀ ସାହୁ, ହେମାଙ୍ଗିନୀ ଭୋଇ, ନଳିନୀ ବାଗ, ଦମୟନ୍ତୀ ସାହୁ, ପଦ୍ମିନୀ ଦାସ ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ୱ ନେଇ ଥିଲେ। ଏହି ବିକ୍ଷୋଭ ସମାବେଶରେ ୨ହଜାରରୁ ଉର୍ଦ୍ଧ୍ୱ କର୍ମୀ ଯୋଗଦେଇ ନୂତନ ନିୟମାବଳୀକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *