ସମ୍ପର୍କ ସାହିତ୍ୟ ସଂସ୍କୃତି ସଂସଦର ରଜ ଆସର

ସମ୍ପର୍କ ସାହିତ୍ୟ ସଂସ୍କୃତି ସଂସଦର ରଜ ଆସର


ଜଗତପୁର(ଏନ୍‌.ଏମ୍‌.): ସାରସ୍ୱତ ଅନୁଷ୍ଠାନ ସମ୍ପର୍କ ସାହିତ୍ୟ ସଂସ୍କୃତି ସଂସଦର ରଜ ଆସର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଉତ୍କଳମଣି ଶିଶୁ ଉଚ୍ଚଶିକ୍ଷା ମନ୍ଦିର ପରିସରରେ ଅଳତା ପ୍ରତିଯୋଗିତା, ରଜଗୀତ ପ୍ରତିଯୋଗିତା ଓ ସମ୍ବର୍ଦ୍ଧନା ସଭା ହୋଇଥିଲା । ସଂସଦର ସଭାପତି କୈଳାସ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବଭାରତୀୟ ଶିକ୍ଷାସମାଜର ସଭାପତି ପ୍ରଫେସର ଡକ୍ଟର ଯୁଧିଷ୍ଠିର ଖଟୁଆ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ପ୍ରଫେସର ପଣ୍ଡିତ ନିଳକଣ୍ଠ ରାଉତ, ମୁଖ୍ୟବକ୍ତା ଭାବେ ରାଜ୍ୟ ଅର୍ଥବିଭାଗର ବରିଷ୍ଠ ଅଧିକାରୀ ଉତ୍କଳ ବାଗ୍ମୀଭୁଷଣ ସଂଗ୍ରାମ କେଶରୀ ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ଭଞ୍ଜସାହିତ୍ୟର ପ୍ରବକ୍ତା କବି ଉଦୟକେଶରୀ ବର୍ମା ଯୋଗଦେଇ ଓଡ଼ିଆ ଜାତିର ସଂସ୍କୃତି ପରମ୍ପରା ମାଧ୍ୟମରେ ମାନବ ସମାଜର ବହୁବିଧ କାର୍ଯ୍ୟ ସାଧନ ହୋଇଥାଏ ବୋଲି କହିଥିଲେ । ଏହି ଅବସରରେ ରେଳବାଇ ମାଲଗୋଦାମ ଶ୍ରମିକ ସଂଗଠନର ପ୍ରଦେଶ ପ୍ରଭାରୀ ମନମୋହନ ସେଠୀଙ୍କୁ ‘ଶ୍ରମିକ ବନ୍ଧୁ’ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଅଳତା ପ୍ରତିଯୋଗୀତାରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ନିଶାଗୁପ୍ତା, ମଧୁସ୍ମିତା ପାତ୍ର, ହରପ୍ରୀୟା ବେହେରା ଓ ରଜଗୀତରେ ଶ୍ରେଷ୍ଠ ସ୍ଥାନ ଅର୍ଜନ କରିଥିବା ତୃପ୍ତିମୟୀ ପରିଡ଼ାଙ୍କୁ ଅତିଥିମାନେ ପୁରଷ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିକ୍ଷକ ଭାବେ ରବିନ୍ଦ୍ର କୁମାର ବେହେରା ଦାୟିତ୍ୱ ବହନ କରିଥିଲେ । ଡକ୍ଟର ବସନ୍ତ କୁମାରୀ ନନ୍ଦ ଓ କବି ମନୋରଞ୍ଜନ ପଣ୍ଡାଙ୍କ ସଂଯୋଜନାରେ କବି ସୁରେନ୍ଦ୍ର ଜେନା, କ୍ଷୀରୋଦ କୁମାର ଜେନା, ହରେକୃଷ୍ଣ ଦଳାଇ, ହେମନ୍ତ କୁମାର ପଣ୍ଡା, ଉତ୍ତମ ଚରଣ ପ୍ରଧାନ, ଆଶିଷ ରଞ୍ଚନ ଦାଶ, ସତୀସ ପ୍ରସାଦ ଦାସ, ନିବେଦିତା ମହାନ୍ତି, ଅଶ୍ୱିନୀ କୁମାର ସେଠୀ, ବ୍ରଜବନ୍ଧୁ ପୃଷ୍ଟି, ଗଗନ ବିହାରୀ ମିଶ୍ର, ସୁଶିଳ କୁମାର ରାଉତ, ବାବୁଲି ଧର ନାୟକ, ଛବିରାମ ସେଠୀ, ବିପଦ ବାନ୍ଧବ ମହାନ୍ତି, ସୁନୀ ଦାଶ ପ୍ରମୁଖ ସ୍ୱରଚିତ କବିତାପାଠ କରିଥିଲେ । ପ୍ରାରମ୍ଭରେ ସଂସଦର ସଦସ୍ୟ ସ୍ୱର୍ଗତ ବାଞ୍ଛାନିଧି ମିଶ୍ରଙ୍କ ଉଦ୍ଦେଶ୍ୟ ନିରବ ପ୍ରାର୍ଥନା କରାଯାଇଥିଲା । ମାନସ କୁମାର ପରିଡ଼ାଙ୍କ ସମେତ ସଦସ୍ୟ ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କବି ଆଦିତ୍ୟ ରଞ୍ଜନ ଦାଶ ଧନ୍ୟବାଦ ଦେଇଥିଲେ ।

 

Leave a Reply

Your email address will not be published. Required fields are marked *