ସଫେଇ କର୍ମଚାରୀଙ୍କ ବୈଠକ

ସଫେଇ କର୍ମଚାରୀଙ୍କ ବୈଠକ


ଭୁବନେଶ୍ୱର (ଏନ୍‌.ଏମ୍‌.): କେଦାରପଲ୍ଲୀ ବାପୁଜିନଗର ସଫେଇ କର୍ମଚାରୀଙ୍କ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛ । ଏହି ବୈଠକରେ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଆଲୋଚନା କରାଯିବା ସହିତ ଆଶୁ ସମାଧାନ ପାଇଁ ପ୍ରୟାସ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଅବସରରେ ସର୍ବସମତିକ୍ରମେ ବିଦ୍ୟାଧର ଦେହୁରୀଙ୍କୁ ସଭାପତି ଭାବେ ଉପସ୍ଥାପିତ କରାଗଲା । ସେହିପରି ପ୍ରକାଶ ଚନ୍ଦ୍ର ନାୟକ, ଗୌତମ ଗୋପାଳ, ସୁରେଶ ଚନ୍ଦ୍ର ନାୟକ, ଗଜେନ୍ଦ୍ର ନାୟକ, ବାସୁଦେବ ନାୟକ, ହରିହର ନାୟକ, ହରି ନାୟକ, ଶ୍ରୀକାନ୍ତ ନାୟକ, ସହଦ୍ୱେ ନାୟକ, ତ୍ରିଲୋଚନ ନାୟକ, ସାଗର ନାୟକ, ଶଶିଭୂଷଣ ଦାସ, ସୁନିତା ନାୟକ, ମୌସୁମୀ ନାୟକ ଓ ସୁମା ନାୟକ ପ୍ରମୁଖ ବହୁ ସଫେଇ କର୍ମୀ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *