ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ଉତ୍କଳ ବାଗ୍ମୀ ଭୂଷଣ ସମ୍ମାନ

ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ଉତ୍କଳ ବାଗ୍ମୀ ଭୂଷଣ ସମ୍ମାନ


ବାଲେଶ୍ୱର (ଏନ୍‌.ଏମ୍‌.): ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ ଅବସରରେ ରାଜ୍ୟସ୍ତରୀୟ ସମର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ଉତ୍କଳ ବାଗ୍ମୀ ଭୂଷଣ ସମ୍ମାନ-୨୦୨୧ ପ୍ରଦାନ କରାଯାଇଛି । ସେ ଜୟଗୁର କଲୋନୀ ବିଡାନାସୀ ନିବାସୀ । ସମ୍ପ୍ରତି ସେ ଓଡ଼ିଶା ଅର୍ଥ ସେବା ଅଧିକାରୀ ରୂପେ କାର୍ଯ୍ୟରତ । ସେ ତାଙ୍କର ପ୍ରଭାବଶାଳୀ ବକ୍ତବ୍ୟ ମାଧ୍ୟମରେ ଅନ୍ୟୁନ କୋଡ଼ିଏ ଗୋଟି ଜିଲ୍ଲାରେ ନିଜର ସ୍ୱର ସ୍ୱାକ୍ଷର ଛାଡ଼ି ଯାଇଛନ୍ତି । ଦୀର୍ଘ ଦଶବର୍ଷ ମଧ୍ୟରେ ପ୍ରାୟ ପାଞ୍ଚଶହ ମଞ୍ଚରେ ବକ୍ତବ୍ୟ ପ୍ରଦାନ କରି ଦର୍ଶକମାନଙ୍କୁ ବିମୋହିତ କରିଛନ୍ତି । ସାମାଜିକ ଗଣ ମାଧ୍ୟମରେ ୪ ଶହରୁ ଅଧିକ ଭିଡିଓ କରି ଦର୍ଶକମାନଙ୍କୁ ସକାରାତ୍ମକ ଭାବେ ପ୍ରେରଣା ପ୍ରଦାନ କରିଛନ୍ତି । ସାହିତ୍ୟ, ସମାଜସେବା, ପରିବେଶ ସୁରକ୍ଷା ଏବଂ ଆଧ୍ୟାତ୍ମିକ ଚେତନା ବିଷୟରେ ନୂତନତ୍ୱ ଭିତରେ ନିଜର ବକ୍ତବ୍ୟ ପ୍ରଦାନ କରିଥାନ୍ତି । ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ଖଇରା ବ୍ଲକ ଅଭିଲିପସା ସାହୁ, ସମାଜସେବୀ ରଶ୍ମିତା ମହାପାତ୍ର, ଇଂ. ଭରତ ଚରଣ ବେହେରା, ନାରାୟଣ ଚନ୍ଦ୍ର ସେନାପତି, ନରେନ୍ଦ୍ର ପ୍ରସାଦ ବେହେରା, ମମତାମୟୀ ବିଶ୍ୱକଲ୍ୟାଣୀ ରାଉତ, ନଗେନ୍ଦ୍ର କୁମାର ରାଉତ ଏବଂ ସାଗର କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ ସାମନ୍ତରାୟଙ୍କୁ ମାନପତ୍ର, ଉପଢୌକନ, ବାର୍ଷିକ ପୁସ୍ତିକା, ରାଜ ପଗଡ଼ି ଏବଂ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *