ଷ୍ଟୁଆର୍ଟ ସ୍କୁଲରେ ବିଶାଳ ରକ୍ତଦାନ ଶିବିର ଏପ୍ରିଲ ୬ରେ

ଷ୍ଟୁଆର୍ଟ ସ୍କୁଲରେ ବିଶାଳ ରକ୍ତଦାନ ଶିବିର ଏପ୍ରିଲ ୬ରେ

News by Kanhu charan Panda (Cuttack)

#କଟକ(ଏନ୍‌.ଏମ୍‌.): ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଷ୍ଟୁଆର୍ଟ ସ୍କୁଲ କଟକର ଏନ.ସି.ସି. ବିଭାଗ ତରଫରୁ ଆସନ୍ତା ଏପ୍ରିଲ ୬ ତାରିଖ ଦିନ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ଉତ୍ତମ ଭାବେ ପରିଚାଳନା ନିମନ୍ତେ ଆୟୋଜିତ ବୈଠକରେ ଅଧ୍ୟକ୍ଷ ଏଫ୍‌. ସି. ନର୍ଥ, ସଂଯୋଜିକା ଡି. ମାର୍ଟିନା, ଏନ. ସି. ସି. ଅଫିସର ସୌମ୍ୟ ରଞ୍ଜନ ପଣ୍ଡା, କେନ୍ଦ୍ରୀୟ ରେଡ୍ କ୍ରସ ରକ୍ତଭଣ୍ଡାରର ପ୍ରଶାସନିକ ଅଧିକାରୀ ସରୋଜ କୁମାର ନନ୍ଦ ଏବଂ ଜିଲ୍ଲା ସଂଯୋଜକ ଅବିନାଶ ଦାସ ଉପସ୍ଥିତ ଥିଲେ । ବିଦ୍ୟାଳୟର ପିଲାମାନଙ୍କ କାର୍ଯ୍ୟରତ ଅଭିଭାବକ ମାନଙ୍କ ପାଇଁ ସକାଳ ୮.୩୦ ଘଟିକା ସମୟରୁ ରକ୍ତଦାନ ଆରମ୍ଭ କରିବାର ଯୋଜନା ରଖାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *