କଟକ(ଏନ୍.ଏମ୍.): ଓଡ଼ିଶାର ପ୍ରଥମ କୃଷି ବିଜ୍ଞାନୀ ଛାତ୍ରଛାତ୍ରୀ ସମ୍ପାଦିତ କୃଷିଭିତ୍ତିକ ତ୍ରୟମାସିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣର ତୃତୀୟ ସ୍ୱନକ୍ଷତ୍ର ବିଶେଷଙ୍କ ଲୋକାର୍ପିତ ହୋଇ ସାରା ଓଡ଼ିଶାରେ ଖୁବ ପାଠକୀୟ ସ୍ୱୀକୃତି ଲାଭକରିଛି । ୨୦୧୮ ସାଲରୁ ପ୍ରକାଶିତ ଏହି ପତ୍ରିକା କୃଷକ ମାନଙ୍କ ନିମନ୍ତେ ଉପାଦେୟ ତଥ୍ୟ, ରୋଗପୋକ ସମସ୍ୟା ଏହାର ସମାଧାନ ଉପରେ ଉପଯୁକ୍ତ ଗବେଷଣା, କୃଷକମାନଙ୍କୁ ନେଇ ଆଲୋଚନାଚକ୍ର, ପ୍ରଶିକ୍ଷଣ ଶିବିର, ବିଭିନ୍ନ କୃଷି ଗବେଷକମାନଙ୍କର ଉପାଦେୟ ସ୍ତମ୍ବ ପ୍ରକାଶିତ ହୋଇ କୃଷି ଆନେ୍ଦାଳନକୁ ଦ୍ୱିଗୁଣିତ କରିଛି । ପତ୍ରିକାର ମୁଖ୍ୟ ସମ୍ପାଦକ ଯୁବସ୍ତମ୍ଭକାର ଡି.ଶୁଭମ ଯୋଗଦେଇ ଶ୍ୟାମଳ ସୁବର୍ଣ୍ଣ ପତ୍ରିକା ଜରିଆରେ ଓଡ଼ିଶାର କୃଷି, କୃଷକମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ, ଶିକ୍ଷା, ସରକାରୀ ଯୋଜନା, ଗବେଷଣା, ଆଧୁନିକ ପର୍ଯ୍ୟାୟରେ କୃଷିକାର୍ଯ୍ୟକୁ ଆମ ରାଜ୍ୟରେ ଅଧିକ ତ୍ୱରାନ୍ୱିତ କରିହେବା ସହ ଚାଷୀର ମାନଦଣ୍ଡକୁ ବଢାଇହେବାକୁ ଆଶା ବାନ୍ଧିଛନ୍ତି । ଚଳିତବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସ୍ୱନକ୍ଷତ୍ର ଉତ୍ସବ ପାଳନକୁ ସ୍ଥଗିତ ରଖାଯାଇଛି ଏଥିସହିତ ମୁଦ୍ରଣ ହୋଇ ନପାରିଥିବାରୁ ପାଠକ ବର୍ଗ ପତ୍ରିକା ଅନଲାଇନରେ ପଠନ କରିପାରିବେ ବୋଲି ସୂଚନା ଦିଆଯାଇଛି ।
ଶ୍ୟାମଳ ସୁବର୍ଣ୍ଣର ତୃତୀୟ ସ୍ୱନକ୍ଷତ୍ର ବିଶେଷାଙ୍କ ପାଠକାର୍ପିତ
🤖 AI Quick Summary
Click the button to generate AI summary.
