ଶ୍ରୀ ଶ୍ରୀ ଗୋପୀନାଥ ଜୀୟୁ ନାଟ୍ୟ କଳା ପରିଷଦର ନାଟ୍ୟ ମହୋତ୍ସବ


ଟାଙ୍ଗୀ(ଏନ୍‌.ଏମ୍‌.): କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଚିନ୍ତାମଣି ପୁର ଗ୍ରାମରେ ପବିତ୍ର ରଥଯାତ୍ରା ଉପଲକ୍ଷେ ଶ୍ରୀ ଶ୍ରୀ ଗୋପୀନାଥ ଜୀୟୁ ନାଟ୍ୟ କଳା ପରିଷଦର ସପ୍ତମ ବାର୍ଷିକ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମରେ ସାମାଜିକ ଏକତା ଓ ସାଂସ୍କୃତିକ ଭାଇଚାରା କୁ ସୁଦୃଢ କରିବା ନିମନ୍ତେ ଅନୁଷ୍ଠାନର ବରିଷ୍ଠ କାର୍ଯ୍ୟକର୍ତ୍ତା ମଞ୍ଚ ସଂଯୋଜକ ସାମ୍ବାଦିକ ଅକ୍ଷୟ ଫଗୁଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଉତ୍ସବରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ଲକର ଆତ୍ମାର ଅଧ୍ୟକ୍ଷ ରାଜେଶ ରଞ୍ଜନ ଷଢ଼ଙ୍ଗୀ, ଶିକ୍ଷାବିତ ଧୀରେନ୍ଦ୍ର କୁମାର ଯେଠୀ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଜନ୍ମଜୟ ଖିଲାର ,ସରପଞ୍ଚ ଭରତ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରି ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଗ୍ରାମ ରେ ସାମାଜିକ ଏକତା ଓ ସାଂସ୍କୃତିକ ଭାଇଚାରା କୁ ପ୍ରଶଂସା କରିଥିଲେ । ଯୁବ ନାଟ୍ୟ ନିର୍ଦ୍ଦେଶକ ଆଶିଷ କୁମାର ଷଢ଼ଙ୍ଗୀଙ୍କ ବଳିଷ୍ଠ ନିର୍ଦ୍ଦେଶନା ରେ ” ଆଖି ଅବୁଝା କୁ ଲୁହ ଅବୁଝା “ସାମାଜିକ ନାଟକ ମଞ୍ଚସ୍ଥ ହୋଇଥିଲା । ଅନୁଷ୍ଠାନର ସଭାପତି ଅନନ୍ତ ସାହାଣୀ ଙ୍କ ସମେତ ସକ୍ରିୟ ସଦସ୍ୟ ପ୍ରତାପ ସାହାଣୀ, ରମେଶ ବେହେରା, ସହଦେବ ସାହାଣୀ, ସୁଶାନ୍ତ ଶତପଥୀ, ଅନ୍ତର୍ଯ୍ୟାମୀ ସ୍ୱାଇଁ, ସୁବାସ ସାମଲ , ସହ ନିର୍ଦ୍ଦେଶକ ଚନ୍ଦ୍ର କାନ୍ତ ମଲ୍ଲିକ, ଉମେଶ ଷଢ଼ଙ୍ଗୀ, ଭାଗ୍ୟଧର ଯେଠୀ , ବିପିନ ସ୍ୱାଇଁ ପ୍ରମୁଖ ନାଟ୍ୟ କମିଟିର ସଦସ୍ୟ ଏବଂ ଗ୍ରାମ ବାସୀ ମାନେ ସକ୍ରିୟ ସହଯୋଗ ଓ ସହଭାଗିତା ପ୍ରଦାନ କରି ଉକ୍ତ ନାଟ୍ୟ ମହୋତ୍ସବ କୁ ଆନନ୍ଦ ଓ ଉଲ୍ଲାସ ସହିତ ସଫଳ କରିଥିଲେ । ଶେଷରେ କଳାକାର ଧନଞ୍ଜୟ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *