ଶୌଚାଳୟ ଖୋଲିବା ଦାବିରେ ସୁଭାଷ ସଙ୍ଗଠନର ଅଭିନବ ପ୍ରତିବାଦ

ଶୌଚାଳୟ ଖୋଲିବା ଦାବିରେ ସୁଭାଷ ସଙ୍ଗଠନର ଅଭିନବ ପ୍ରତିବାଦ

Padmalochan Mishra(Cuttack)

#କଟକ(ଏନ୍‌.ଏମ୍‌.): ସୁଭାଷ ସଙ୍ଗଠନ ପକ୍ଷରୁ କଟକରେ ସିଏମ୍‌ସିର ସ୍ଥାଣୁତାକୁ ନେଇ ପୁଣି ଏକ ଭିନ୍ନ ଧରଣର ପ୍ରତିବାଦ କରାଯାଇଛି । ମାତ୍ର ଶୌଚାଳୟ ଗୁଡ଼ିକୁ ସର୍ବସାଧାରଣଙ୍କ ନିମନ୍ତେ ଖୋଳାଯାଉନଥିବାରୁ, ବୋଧ ହୁଏ କୌଣସି ବାସ୍ତୁଦୋଷ ରହୁଛି ବୋଲି ଚିନ୍ତା କରି ସଙ୍ଗଠନ ପକ୍ଷରୁ ଏକ ‘ବାସ୍ତୁ ଦୋଷ ନିବାରଣ ପୂଜା’ର ଆୟୋଜନ ମାତାମଠ ସ୍ଥିତ ଶୌଚାଳୟ ସାମ୍‌ନାରେ କରାଯାଇଥିଲା । ପ୍ରକାଶ ଥାଉକି, ଗତ ଜାନୁଆରୀ ମାସରେ ହକି ଉଦ୍‌ଘାଟନ ସମାରୋହକୁ ଦୃଷ୍ଟିରେ ରଖି ସହରରେ ରିଙ୍ଗ୍‌ରୋଡ୍ କଡକୁ ଲାଗି ଚାରୋଟି ନୂଆ ଶୌଚାଳୟ ନିର୍ମାଣ କରାଯାଇଥିଲା । କିନ୍ତୁ ବିଡ଼ମ୍ବନାର ବିଷୟ ନିର୍ମାଣର ୧୦ମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଶୌଚାଳୟ ଗୁଡିକୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯାଇ ପାରିନାହିଁ । ପୂର୍ବରୁ ସଙ୍ଗଠନ ପରୁ ଏପ୍ରିଲ୍ ମାସରେ ଏହିବାବଦକୁ ବାଲ୍‌ଟି ମଗ ଅଭିଯାନ ମାଧ୍ୟମରେ ଶୌଚାଳୟ ସାମ୍‌ନାରେ ସାମୁହିକ ସ୍ନାନ କରି ପ୍ରତିବାଦ ଜଣାଯାଇଥିଲା ।ସେତେବେଳେ ଉତ୍ତରରେ ମେୟର କହିଥିଲେ ଏମାନେ ନିଜର ପରିଚୟ ସୃଷ୍ଟି ପାଇଁ ଏହିଭଳି କାର୍ଯ୍ୟକ୍ରମ କରୁଛନ୍ତି ଏବଂ କୋଟି କୋଟି ଟଙ୍କାରେ ନିର୍ମିତ ଶୌଚାଳୟ ଗୁଡିକୁ ଆମେ ୨ମାସ ମାଧ୍ୟମରେ ଏସ୍‌.ଏଚ୍‌.ଜି. ଗ୍ରୁପ୍ ମାଧ୍ୟମରେ କାର୍ଯ୍ୟକ୍ଷମ କରାଇବୁ । ମେୟରଙ୍କ କଥାକୁ ଧୂଆଁବାଣ ଦର୍ଶାଇ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଥିଲା ଯେ, ଇତି ମଧ୍ୟରେ ୫ମାସ ବିତିଗଲାଣି, ତେବେ ଏ ମଧ୍ୟରେ ପୁରୁଣା ନିର୍ମିତ ଶୌଚାଳୟଗୁଡିକୁ ଖୋଲାନଯାଇ ପୁଣି ୩କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ ହୋଇ ଜନସାଧାରଣଙ୍କ ନିମନ୍ତେ ନୂଆ ସ୍ମାର୍ଟ ଟଏଲେଟ୍ ତିଆରି ହେବାର ଯୋଜନା କେଉଁଠି ନା କେଉଁଠି ଏକ ବିରାଟ ଦୁର୍ନୀତିର ଗନ୍ଧ ବାରିହେଉଛି ବୋଲି ସଙ୍ଗଠନର ସଭାପତି ଆଶୁତୋଷ ଦାସ ଅଭିଯୋଗ କରିବା ସହ ବନ୍ଦ ପଡ଼ିଥିବା ଶୌଚାଳୟକୁ ତୁରନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବାକୁ ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁରେଶ ମହାନ୍ତି, ଗୁରୁପ୍ରସାଦ ସାହୁ, ଜ୍ଞାନରଞ୍ଜନ ଦାସ, ବାପୁଜି କର, ଜଗମୋହନ ଜେନା, ସୌମ୍ୟରଞ୍ଜନ ପଣ୍ଡା, ସତ୍ୟରଞ୍ଜନ ପଣ୍ଡା, ଅଭିଷେକ ନନ୍ଦ, ମୁକେଶ ସାହୁ, ଅନ୍ନଦା ମହାନ୍ତି, ହାଡ଼ିବନ୍ଧୁ ସାହୁ, ସାଜନ ସିଂହ, ମଞ୍ଜୁ ସାହୁ, ଦିପକ ମହାନ୍ତି, ସରୋଜ ମହାକୁଡ଼, ସଂଗ୍ରାମଜିତ୍ ନାଥ, ପ୍ରେମାନନ୍ଦ ପରିଡ଼ା, ତପନ ଶତପଥି, କ୍ରାନ୍ତି ମହାନ୍ତି, ଶାଶ୍ୱତ ଖିଲାର, ଲଳିତ ଦାସ, ନୃସିଂହ ବାରିକ, ବିଜୟ ସାହୁ, ଅଭିନାଷ ଜେନା, ରାହୁଲ ମହାନ୍ତି, ରାଜେନ୍ଦ୍ର ପ୍ରଧାନ, ବିଜୟ ସାହୁ, ଲୋକନାଥ ସାହୁ, ବିରଞ୍ôଚ ସାମଲ, ରାକେଶ ବସ୍ତିଆ, ପଞ୍ଚାନନ ମଲ୍ଲିକ, ଦିପ୍ତୀରଞ୍ଜନ ମଲ୍ଳିକ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *