ଶିଶୁ ସାହିତ୍ୟିକ କବି ନୃସିଂହ ପ୍ରସାଦ ମହାନ୍ତି ସ୍ମୃତି କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ

ଶିଶୁ ସାହିତ୍ୟିକ କବି ନୃସିଂହ ପ୍ରସାଦ ମହାନ୍ତି ସ୍ମୃତି କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ

News by Basanta Ratha (Cuttack)

#କଟକ(ଏନ୍‌.ଏମ୍‌.): ଶିଶୁ ସାହିତ୍ୟିକ କବି ଜୀବନ ଦିବଙ୍ଗତ ନୃସିଂହ ପ୍ରସାଦ ମହାନ୍ତିଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିସଭା ନିମନ୍ତେ ସ୍ଥାନୀୟ ବୋଧପୁର ସ୍ଥିତ ଶ୍ରୀ ଶ୍ରୀ ଲୋକନାଥ ମହାଦେବ ମନ୍ଦିର ପରିସରରେ ସ୍ମୃତି କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଛି । ଉକ୍ତ ବୈଠକରେ ବରିଷ୍ଠ ସାମ୍ବାଦିକ ବସନ୍ତ ରଥ ସଭାପତିତ୍ୱ କରିଥିଲେ । ନୃସିଂହ ପ୍ରସାଦ ମହାନ୍ତିଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ସ୍ମୃତି ସଭା ଓ ସାହିତ୍ୟ ଆସର ବୋଧପୁର ସ୍ଥିତ ତାଙ୍କ ବାସଭବନରେ ଆସନ୍ତା ଡିସେମ୍ବର ୨୪ତାରିଖ(ଶନିବାର) ସକାଳ ୯ଘଟିକା ସମୟରେ ଅନୁଷ୍ଠିତ ହେବ । ଉକ୍ତ ସ୍ମୃତି ସଭା ଓ ସାହିତ୍ୟ ଆସରର ସଫଳ ରୂପାୟନ ପାଇଁ ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା । ଉକ୍ତସ୍ମୃତି ଚରଣ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି, କବି, କବୟିତ୍ରୀ, ଲେଖକ, ସାହିତ୍ୟିକ, ସାମ୍ବାଦିକ, ସାମାଜିକ କର୍ମୀ, ଶିକ୍ଷାବିତ୍ ଓ ସାହିତ୍ୟ ଅନୁଷ୍ଠାନ ଯୋଗ ଦେବେ । ଏହି ଅବସରରେ ସଫଳ ବ୍ୟକ୍ତିତ୍ୱ, କବି, କବୟିତ୍ରୀ, ସାମାଜିକକର୍ମୀ ଓ ସାମ୍ବାଦିକମାନଙ୍କୁ ସମ୍ମାନିତ କରାଯିବ । ଉକ୍ତ ବୈଠକରେ ସ୍ମୃତି କମିଟିର ସଭ୍ୟ ବାବାଜି ଚରଣ ବେହେରା, ନାରାୟଣ ଭୋଇ, ସଂଜିତ କୁମାର ଦାସ, ମହେନ୍ଦ୍ର କୁମାର ଦାସ, କମ୍ବୁନାଥ ବେହେରା, ଭାରତ ଭୁଷଣ ବେହେରା, ବିଜୟ କୁମାର ଦଳେଇ, ନାରାୟଣ ଭୋଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *