ରୋଡ ଡିଭାଇଡରକୁ ଭାଙ୍ଗି ଲେଉଟିଲା ୧୦୮ ଆମ୍ବୁଲାନ୍ସ


ଜଗତପୁର(ଏନ୍‌.ଏମ୍‌.): ରାସ୍ତାରେ ଥିବା ଡିଭାଇଡରକୁ ପିଟି ହୋଇ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡ଼ିଛି । ଆଜି ଭୋର ୬ଟା ୧୫ମିନିଟ ସମୟରେ ଜଗତପୁରସ୍ଥିତ ନିମପୁର ଖେଳ ପଡିଆ ନିକଟରେ ଯାଇଥିବା ଜଗନ୍ନାଥ ରୋଡରେ ଏକ ୧୦୮ଆମ୍ବୁଲାନ୍ସ ନିଜର ଭାରସ୍ୟାମ ହରାଇ ରାସ୍ତା ମଝିରେ ଯାଇଥିବା ଡିଭାଇଡରକୁ ଧକ୍କା ଦେଇ ସେଠାରେ ଲେଉଟି ପଡିଥିଲା । ଏହି ଆମ୍ବୁଲାନ୍ସଟି କଟକ ବଡ ଡାକ୍ତର ଖାନାରେ ରୋଗୀ ଛାଡି ଫେରୁଥିବା ସମୟରେ ଦୁର୍ଘଟଣାଗସ୍ତ ହୋଇଛି । ତେବେ ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ । ଆମ୍ବୁଲାନ୍ସଟି ଲେଉଟି ପଡିବା ଫଳରେ ଆଗ କାଚଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ସକାଳ ସମୟ ହୋଇଥିବାରୁ ପ୍ରାତ ଭ୍ରମଣ କାରୀ ଓ ସ୍ଥାନୀୟ ଲୋକେ ଏହି ଆମ୍ବୁଲାନ୍ସକୁ ଟେକି ଉଠାଇବାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *