ରେଳ ଦୁର୍ଘଟଣାରେ ନିହତ ଓ ଆହତଙ୍କ ନିମନ୍ତେ ସମୂହ ଦୀପ ଦାନ

ରେଳ ଦୁର୍ଘଟଣାରେ ନିହତ ଓ ଆହତଙ୍କ ନିମନ୍ତେ ସମୂହ ଦୀପ ଦାନ

News by Smrutiranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ବାଲେଶ୍ୱର ସ୍ଥିତ ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାରେ ନିହତ ହୋଇଥିବା ଯାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା ସହ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରି ଏକ ଶୋକସଭା ଓ ସମୂହ ଦୀପଦାନ କାର୍ଯ୍ୟକ୍ରମ ମା’ ଦୁଲ୍ଳାଦେଇଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସିଏମସି ୫୩ ନମ୍ବର ୱାର୍ଡର ଅନ୍ଦରପୁର ସ୍ଥିତ ଦୁଲ୍ଳାଦେଇ ରୋଡ ଡେଭେଲପମେଣ୍ଟ କମିଟି, ଦୁଲ୍ଳାଦେଇ ମହିଳା କମିଟି ଓ ଦୁଲ୍ଳାଦେଇ ଯୁବକ ସଂଘ ମିଳିତ ଭାବେ ଶୋକସଭା ଓ ସମୂହ ଦୀପଦାନ କାର୍ଯ୍ୟକ୍ରମରେ ଡେଭେଲପମେଣ୍ଟ କମିଟି ସଭାପତି ଭାଗ୍ୟଧର ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ ନିରବ ପାର୍ଥନା ସହ ଶୋକସଭା କରାଯାଇ ସମୂହ ଦୀପଦାନ କରାଯାଇଥିଲା । ସ୍ଥାନୀୟ କର୍ପୋରେଟର ଅରବିନ୍ଦ ଜେନାଙ୍କ ସହ ଅନ୍ୟ ବରିଷ୍ଠ ନାଗରିକମାନେ ଯୋଗଦେଇ ଶୋକବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ କମିଟି ସମ୍ପାଦକ ପ୍ରାଣକୃଷ୍ଣ ଜେନା, ରଜନୀକାନ୍ତ ପରିଜା, ରମେଶ ଦାଶ, ରବୀନ୍ଦ୍ର ନାଥ ଦାଶ, ପ୍ରଦୀପ୍ତ ଜେନା, ପ୍ରଶାନ୍ତ ପଟ୍ଟନାୟକ, ନୃସିଂହ ମହାନ୍ତି, ପ୍ରଦୋଷ ଦାଶ, ନଗେନ ଦାଶ, ଅଭିରାମ ଲେଙ୍କା, ସନ୍ତୋଷ ସାହୁ, ମହିଳା କମିଟି ସଭାପତି ବିନିତା ମହାନ୍ତି, ପ୍ରତିଭା ପରିଡା, ତନୁଶ୍ରୀ ମହାନ୍ତି, ଗୌରୀବ।।ଳା ଦାଶ, ଯୁବକ ସଂଘ ସଭାପତି ପଙ୍କଜ ନାୟକ, ସମ୍ପାଦକ ଧିରପ୍ରସାଦ ମହାନ୍ତି, ହରିଚରଣ ସିହ୍ନା, ବିନୋଦ ବେହେରା, ଗଗନ ଦାଶ, ପ୍ରେମାନନ୍ଦ ବେହେରା ଓ ଦେବାଶିଷ ବିଶ୍ୱାଳଙ୍କ ସମେତ ଶତାଧିକ ଯୁବକ, ମହିଳା ଓ ବରିଷ୍ଠ ନାଗରିକ ଅଂଶଗ୍ରହଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *