ରୂପାଲୀ ଲେଙ୍କାଙ୍କ ନେତୃତ୍ୱରେ ଘରେ ଘରେ ଶଙ୍ଖ ଓ ପରିବାର ସମ୍ପର୍କ ପଦଯାତ୍ରା

ରୂପାଲୀ ଲେଙ୍କାଙ୍କ ନେତୃତ୍ୱରେ ଘରେ ଘରେ ଶଙ୍ଖ ଓ ପରିବାର ସମ୍ପର୍କ ପଦଯାତ୍ରା


#କଟକ(ଏନ୍‌.ଏମ୍‌.): ବିଜେଡି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟରେ ବହୁ ଲୋକାଭିମୁଖୀ ଯୋଜନାର ପ୍ରଣୟନ କରିଛନ୍ତି । ଏହି ଯୋଜନାର ସଫଳ ରୂପାୟନ ପାଇଁ ନବୀନ ବାବୁଙ୍କ ନିର୍ଦ୍ଦେଶକ୍ରମେ ଘରେ ଘରେ ଶଙ୍ଖ ଓ ପରିବାର ସମ୍ପର୍କ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ପ୍ରାନ୍ତରେ କରାଯାଉଛି । ଏହି ଅବସରରେ ଚୌଦ୍ୱାର କଟକ ବିଜେଡିର ନାରୀନେତ୍ରୀ ରୂପାଲୀ ଲେଙ୍କା ନେତୃତ୍ୱରେ ବହୁ ସମର୍ଥକ ଆଜି ସିଏମସି ୪୭ନଂ ୱାର୍ଡ ସ୍ଥିତ ମହାନଦୀବିହାର ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ୱାର୍ଡର ବିଭିନ୍ନ ସ୍ଥାନ ପରିକ୍ରମା କରିବା ସହ ୫୪ନଂ ୱାର୍ଡର ୱାର୍ଡବାସୀଙ୍କୁ ନବୀନ ବାବୁଙ୍କ ଜନହିତକର କାର୍ଯ୍ୟକ୍ରମ ବିଷୟରେ ଅବଗତ କରିବା ସହ ଘରେ ଘରେ ଶୁଭ ଶଙ୍ଖର ଜୟଯାତ୍ରାର ନାରା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରଞ୍ଜିତା ଲେଙ୍କା, ସସ୍ମିତା ବେହେରା, ସୁନିତା ପାତ୍ର, ଲିନା ବାରିକ, ବାସନ୍ତୀ ଲେଙ୍କା, ତନୁଜା ଦଳାଇ, ରଞ୍ଜିତା ସାମଲ, ରଞ୍ଜୁବାଳା ମହାନ୍ତି, ଦୀପିକା ବେହେରା, ଅମର ବାରିକ, ପ୍ରକାଶ ସାମଲ, ସୋନୁ ନାୟକ, ଦେବ ମହଲା, ଶ୍ରୀଧର ସାମଲଙ୍କ ସମେତ ବହୁ ମୂରବୀ, ମହିଳା ଏବଂ ଯୁବାବର୍ଗ ପ୍ରମୂଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *