ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଆଠଗଡ଼ କଂଗ୍ରେସର ବିକ୍ଷୋଭ

ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଆଠଗଡ଼ କଂଗ୍ରେସର ବିକ୍ଷୋଭ

News by Maheswar Behera (Athagarh)

ଆଠଗଡ଼ (ଏନ୍‍.ଏମ୍‍.): ବହୁ ଚର୍ଚ୍ଚିତ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାର ଉପଯୁକ୍ତ ତଦନ୍ତ ଓ ନ୍ୟାୟ ଦାବିରେ ଆଠଗଡ଼ କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ବିକ୍ଷୋଭକାରୀମାନେ ସ୍ଥାନୀୟ କଖଡି ଠାରୁ ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ମୋଟରସାଇକେଲ ଶୋଭାଯାତ୍ରା ପରିକ୍ରମା କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଅଭିଯୋଗ ଅନୁଯାୟୀ, ଆଠଗଡ଼ ନିର୍ବାଚନ ମଣ୍ଡଳୀ କଖଡି ଗ୍ରାମର ମେଧାବୀ ଛାତ୍ରୀ ରୁଚିକା ମହାନ୍ତି ବହୁ ଆଶା ଓ ସ୍ୱପ୍ନ ନେଇ ରାଜ୍ୟର ପ୍ରତିଷ୍ଠିତ କଲେଜ ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଥିବା ବିଜେବି କଲେଜରେ ଅଧ୍ୟୟନ କରୁଥିଲେ । କିନ୍ତୁ ସିନିୟର୍‌ମାନଙ୍କ ରାଗିଂର ଶିକାର ହୋଇ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ । ମୃତ୍ୟୁପରେ ତାଙ୍କ ନିକଟରୁ ଉଦ୍ଧାର ହୋଇଥିବା ଚିଠିରେ ୩ ଜଣ ସିନିୟର୍ ରାଗିଂ କରିଥିବା ଲେଖିଥିଲେ ମଧ୍ୟ ପୁଲିସ ପ୍ରଶାସନ ସେମାନଙ୍କୁ ଚିହ୍ନଟ କରିବା ପାଇଁ ଏ ପର୍ଯ୍ୟନ୍ତ ସକ୍ଷମ ହୋଇନାହିଁ । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ଏଭଳି ରାଗିଂ ବନ୍ଦ କରିବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଏକ ବିଚାର ବିଭାଗୀୟ ତଦନ୍ତ ପାଇଁ ଆଠଗଡ଼ କଂଗ୍ରେସ ଦାବି କରିଛି । ଏହି ଅବସରରେ ସକାଳ ୧୧ ଟା ସମୟରେ ରୁଚିକା ମହାନ୍ତିଙ୍କ ଜନ୍ମସ୍ଥାନ କଖଡି ଠାରୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏକ ବିଶାଳ ମୋଟରସାଇକେଲ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ରୁଚିକା ମହାନ୍ତି ଙ୍କୁ ନ୍ୟାୟ ଦେବା ପର୍ଯ୍ୟନ୍ତ କଂଗ୍ରେସ ଏହି ଲଢେଇ ଜାରି ରଖିବ ବୋଲି ବରିଷ୍ଠ ନେତା ଉମାବଲ୍ଲଭ ରଥ ସୂଚନା ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *