ରାସ୍ତା ଜବରଦଖଲ କରିଥିବା ବ୍ୟବସାୟୀଙ୍କୁ ପୁଲିସ୍‌ର ତାଗିଦ

ରାସ୍ତା ଜବରଦଖଲ କରିଥିବା ବ୍ୟବସାୟୀଙ୍କୁ ପୁଲିସ୍‌ର ତାଗିଦ


ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ଚୌଦ୍ୱାର ଥାନା ଅନ୍ତର୍ଗତ ବିରାଟ ବଜାରରେ କିଛି ବ୍ୟବସାୟୀ ଜବରଦଖଲ କରି ନିଜ ବ୍ୟବସାୟ ପ୍ରତିଷ୍ଠାକୁ ରାସ୍ତା ଉପରକୁ ମାଡଆସିବା ନେଇ ପୁଲିସ ପକ୍ଷରୁ ତାଗିଦ କରାଯାଇଛି । ତୁରନ୍ତ ରାସ୍ତା ଅବରୋଧରୁ ନହଟିଲେ ଉଚ୍ଛେଦ କରାଯିବ ବୋଲି ଚୌଦ୍ୱାର ଥାନା ପକ୍ଷରୁ ଜବରଦଖଲକାରୀଙ୍କୁ ଚେତାବନୀ ଦିଆଯାଇଛି । ସୂଚନା ଅନୁଯାୟୀ, ରାସ୍ତା ଉପକୁ ଦୋକାନୀମାନେ ମାଡ଼ି ଆସବା ଯୋଗୁ ବିଭିନ୍ନ ସମୟରେ ରାସ୍ତା ଜାମ୍ ହେବା ସହ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଥିବାର ନଜିର ରହିଛି । ଏପରିକି ଏହାକୁ ବାରଣ କଲେ ବ୍ୟବସାୟୀମାନେ ନାଲି ଆଖି ଦେଖାଇବାକୁ ମଧ୍ୟ ପଛାଉ ନାହାନ୍ତି । ତେବେ ଏଭଳି ଅଭିଯୋଗ ପାଇବା ପରେ କମିଶନରେଟ୍ ପୁଲିସ୍ ପକ୍ଷରୁ ଚୌଦ୍ୱାର ଥାନାର ଭାରପ୍ରାପ୍ତ ଅଧିକାରୀ ବିରଞ୍ôଚ ନାରାୟଣ ପତିଙ୍କ ସହ ବହୁ ପୁଲିସ୍ କର୍ମଚାରୀ ଉପସ୍ଥିତ ରହି ସେମାନଙ୍କୁ କଡ଼ା ତାଗିଦ୍ କରିବା ସହ ଯଥାଶୀଘ୍ର ରାସ୍ତାରୁ ହଟିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଅପରପକ୍ଷରେ ଉକ୍ତ ରାସ୍ତାରଟିର ଚଉଡ଼ା ୮ରୁ ୧୦ମିଟର ହୋଇଥିବା ବେଳେ ଏହି ରାସ୍ତା ଦେଇ ବଡ଼ ବଡ଼ ଭାରିଯାନ ଯିବା ବେଳେ ଗୋଟିଏ ଦୁଇଚକିଆ ଯାନ ଅତିକ୍ରମ କରିବା ବି ଅସମ୍ଭବ ହୋଇଯାଏ । ବିଭିନ୍ନ ସମୟରେ ଆଖପାଖରେ ଥିବା କ୍ଲବ୍ ଓ ମଣ୍ଡପରେ ବିଭାଘର ପାଇଁ ଏହି ରାସ୍ତା ଦେଇ ଯାଉଥିବା ବରଯାତ୍ରୀ ପ୍ରୋସେସନ୍ ଯୋଗୁଁ ପ୍ରାୟ ଘଣ୍ଟା ଘଣ୍ଟା ଧରି ରାସ୍ତା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଏ । ତେଣୁ ଏହି ରାସ୍ତାକୁ ତୁରନ୍ତ ଜବରଦଖଲ ମୁକ୍ତ କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇ ଆସୁଥିଲା । ତେବେ ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ବଜାରର ସଭାପତି ପ୍ରଶାନ୍ତ ବରାଳ ସ୍ୱାଗତ କରିବା ସହ ସମସ୍ତ ବ୍ୟବସାୟୀମାନେ ପ୍ରଶାସନର ଏହି ନିୟମକୁ ମାନିବା ପାଇଁ ଅନୁରୋଧ କରିଥିବା ଜଣାପଡ଼ିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *