ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଦ୍ୱିତୀୟ ଦିବସରେ ରାମଜନ୍ମ

ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଦ୍ୱିତୀୟ ଦିବସରେ ରାମଜନ୍ମ
ଗୋସେବା କଲେ ବିଶ୍ୱର ମଙ୍ଗଳ ହେବ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ


#ପୁରୀ(ଏନ୍‌.ଏମ୍‌.): ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତଥା ଗୋବିନ୍ଦ ଗୋଧାମ ଗୋଶାଳା ତରଫରୁ ସମୁଦ୍ର କୂଳ ସ୍ଥିତ ହୋଟେଲ ରୁମାନୀ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଅନୁଷ୍ଠିତ ହେଉଛି । ମହୋତ୍ସବ ଦ୍ୱିତୀୟ ଦିବସରେ ରାମ ଜନ୍ମୋତ୍ସବ ପାଳନ କରାଯିବା ସହିତ ମିଠାଇ ପ୍ରସାଦ ବିତରଣ କରାଯାଇଥିଲା । ମହୋତ୍ସବର ଦ୍ୱିତୀୟ ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ନିଜର ବକ୍ତବ୍ୟରେ କହିଥିଲେ ଯେ, ଗୋ ସେବା କଲେ ବିଶ୍ୱର ମଙ୍ଗଳ ହେବା ସହିତ ଶରୀର ସୁସ୍ଥ ରହିବ । ଉତ୍ସବର ଆରମ୍ଭରୁ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁଚରଣ ପଣ୍ଡା ପ୍ରାରମ୍ଭିକ ଅଭିଭାଷଣରେ ଅତିଥି ପରିଚୟ ପ୍ରଦାନ କରିଥିଲେ । ଟ୍ରଷ୍ଟର ମୁଖପାତ୍ର ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସଙ୍କ ଦ୍ୱାରା ପରିଚାଳିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅନ୍ତରାଷ୍ଟ୍ରୀୟ ରାମ ଚରିତ ମାନସ ପାଠକ ତେଲେଙ୍ଗାନା ନିଜାମାବାଦର ସୁରେଶ ସାରଡ଼ା, ଶରତ ସାରଡ଼ା, ଶ୍ରୀମନ୍ଦିର ବରିଷ୍ଠ ସେବାୟତ ରଜତ ପ୍ରତିହାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବରେ ଗୁଜୁରାଟ, ମହାରାଷ୍ଟ୍ର, ଜାମ୍ମୁ, ତେଲେଙ୍ଗାନା, ମଧ୍ୟପ୍ରଦେଶ ତଥା ଭାରତର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ । ଏହି ଉତ୍ସବ ଆଗାମୀ ସାତ ଦିନ ଧରି ଚାଲିବ ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ସୂଚନା ପ୍ରଦାନ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *