ରାଜ୍ୟ ବିଜୁ ଜନତା ଆଇନଜୀବୀ ସାମୁଖ୍ୟ ପକ୍ଷରୁ ରକ୍ତଦାନ ଶିବିର

ରାଜ୍ୟ ବିଜୁ ଜନତା ଆଇନଜୀବୀ ସାମୁଖ୍ୟ ପକ୍ଷରୁ ରକ୍ତଦାନ ଶିବିର


କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ଭଳି ମହାବିପତ୍ତି ସମୟରେ ରକ୍ତ ଅଭାବରୁ କାହାରିକୁ ମରିବାକୁ ଦିଆଯିବ ନାହିଁ ସୂତ୍ରରେ ଆଜି ଓଡିଶା ରାଜ୍ୟ ବିଜୁ ଜନତା ଦଳ ଆଇନଜୀବୀ ସାମୁଖ୍ୟ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା-ମୋ ପରିବାର ଜୀବନ ବିନ୍ଦୁ ସଂଯୋଜନାରେ ସ୍ଥାନୀୟ ବିଡାନାସୀ ସ୍ଥିତ ନଳିନୀ ମଣ୍ଡପଠାରେ ଆୟୋଜିତ ଏହି ଶିବିରରେ କଟକ ଜିଲ୍ଲା ବିଜେଡ଼ି ଉପସଭାପତି ଧର୍ମେଶ ନାୟକ ଓ ରାଜ୍ୟ ବିଜୁ ଜନତା ଦଳ ଆଇନଜୀବୀ ସାମୁଖ୍ୟର ସାଧାରଣ ସମ୍ପାଦକ ଆଇନଜୀବୀ ଶୁଭ୍ରାଂଶୁ ମହାନ୍ତିଙ୍କ ନେତୃତ୍ୱ ଓ କଟକ ଜୀବନ ବିନ୍ଦୁ ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳଙ୍କ ସଂଯୋଜନା କରିଥିଲେ । ମୁଖ୍ୟଅତିଥି ଭାବେ କଟକ ଜିଲ୍ଲା ବିଜେଡ଼ି ସଭାପତି, ରାଜ୍ୟ ଜୀବନ ବିନ୍ଦୁର ମୁଖ୍ୟ ସଂଯୋଜକ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ, ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ବାଙ୍କୀର ପୂର୍ବତନ ବିଧାୟକ ତଥା କଟକ ମହାନଗର ପୂଜା କମିଟିର ସାଧାରଣ ସମ୍ପାଦକ ପ୍ରଭାତ ତ୍ରିପାଠୀ, ରାଜ୍ୟ ବିଜୁ ଜନତା ଦଳ ଆଇନଜୀବୀ ସାମୁଖ୍ୟର ଆବହକ ଆଇନଜୀବୀ ମିଲନ କାନୁନଗୋ, କଟକ ନଗର ବିଜୁ ଜନତା ଦଳ ସଭାପତି ମଧୁସୂଦନ ସାହୁ, ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ସିଂହ, ମହମ୍ମଦ ସକିଲ, କଟକ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଶାନ୍ତ ନାୟକ, ରାଜ୍ୟ ବିଜୁ ଜନତା ଦଳ ସମ୍ପାଦକ ଶିଶିର ପରିଜା, ରାଜ୍ୟ ପରିଷଦ ସଭ୍ୟ ପ୍ରକାଶ ସିଂହ, କଟକ ଜିଲ୍ଲା ମହିଳା ବିଜେଡ଼ି ସଭାନେତ୍ରୀ ଅନିତା ବେହେରା, ଆଶିଷ ସାହୁ, ବିଜୟ ବେହେରା, ଆଇନଜୀବୀ ଶଶୀ ଭୂଷଣ ଦାସ, କଟକ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଆସିଫ ଅମିନ, ଛାତ୍ର ନେତା ସନ୍ତୋଷ ମହାପାତ୍ର, ପୂର୍ବତନ କର୍ପୋରେଟର ଇତିଶ୍ରୀ ବେହେରା, ୱାର୍ଡ ସଭାପତି ବୀରେନ ବେହେରା, ବଂଶୀଧର ରାଉତ, ରମାକାନ୍ତ ଆଚାର୍ଯ୍ୟ, ପ୍ରଫୁଲ୍ଲ ଆଚାର୍ଯ୍ୟ, ବିଜ୍ଞାନ ମହାପାତ୍ର, ଅମିତାଭ ପଟ୍ଟନାୟକ, ପ୍ରଭାତ ଦାସ, ପ୍ରଦୀପ୍ତ ସେନାପତି, ସଞ୍ଜୟ ରାଉତ, ଅକ୍ଷୟ ମହାନ୍ତି, ରାମଚନ୍ଦ୍ର ବେହେରା, ବିଶ୍ୱଜିତ ମହାନ୍ତି, ସଞ୍ଜୟ ନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ଉକ୍ତ ଶିବିରକୁ ବିଶ୍ୱ ପ୍ରକାଶ ଦାଶ, ଦେବାଶିଷ ପଟ୍ଟନାୟକ, ଦୀପ୍ତି ରଞ୍ଜନ ରାୟ, ବିଶ୍ୱନାଥ ଧୀର, ଅଶୋକ ସେନାପତି, ରମେଶ ସେଠୀ, ପ୍ରକାଶ ରାଉତ ପ୍ରମୁଖ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *