News by Padmalochan Mishra (Cuttack)

ରାଜ୍ୟ ବାର କାଉନସିଲ ନିର୍ବାଚନରେ ବିଭୁ ତ୍ରିପାଠୀ ନିର୍ବାଚିତ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟର ଜଣାଶୁଣା ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ଓଡ଼ିଶା ରାଜ୍ୟ ବାର କାଉନସିଲକୁ ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇଛନ୍ତି । ନିଆରା ଢଙ୍ଗରେ ବିନା ପୋଷ୍ଟର ବ୍ୟାନର ତଥା ଅର୍ଥ ବଳକୁ ବ୍ୟବହାର ନକରି ଚଳିତବର୍ଷ ରାଜ୍ୟ ବାର କାଉନସିଲ ନିର୍ବାଚନରେ ନିର୍ବାଚନ ଲଢ଼ି ବିଜୟଲାଭ କରିଥିବା ଶ୍ରୀ ତ୍ରିପାଠୀ ତାଙ୍କର ବିଜୟ ରାଜ୍ୟର ସ୍ୱାଭିମାନୀ ଆଇନଜୀବୀମାନଙ୍କ ବିଜୟ ବୋଲି କହିଛନ୍ତି । ରାଜ୍ୟରେ ଆଇନଜୀବୀମାନଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧିଲାଗି ଆଇନଜୀବୀ ଏକାଡେମୀ ପ୍ରତିଷ୍ଠା ସହିତ ସବୁ ବାରରେ ଇ-ଲାଇବ୍ରେରୀ ପାଇଁ ବନ୍ଦୋବସ୍ତ କରିବା, ରାଜ୍ୟ ଆଇନଜୀବୀ ପରିଷଦର ପ୍ରାଥମିକତା ଆଇନଜୀବୀମାନଙ୍କ କଲ୍ୟାଣ ପାଣ୍ଠି ବୃଦ୍ଧି ସହ ସେମାନଙ୍କୁ ରାଜ୍ୟସରକାର ସ୍ୱାସ୍ଥ୍ୟବୀମା ଯୋଗାଇଦେବା ଦିଗରେ ସେ ଉଦ୍ୟମ କରିବେ ବୋଲି କହିଛନ୍ତି । ଆଇନଜୀବୀ ମାନଙ୍କର ସ୍ୱାଭିମାନ ରକ୍ଷା କରିବା ପାଇଁ ବିଭିନ୍ନ ସମୟରେ ରାଜ୍ୟ ଆଇନଜୀବୀ ପରିଷଦରେ “ଗୋଟିଏ ବାର ଗୋଟିଏ ଭୋଟ’ ପ୍ରସଙ୍ଗ ଉତ୍ଥାପନ କରି ଶ୍ରୀ ତ୍ରିପାଠୀ ଆଇନଜୀବୀ ତଥା ବାର ଆସୋସିଏସନ ଦ୍ୱାରା ବିଭିନ୍ନ ସମୟରେ ଉଚ୍ଚ ପ୍ରସଂଶିତ ହୋଇଥିଲେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ବାଙ୍ଗାଲୋର ଆଇନ ବିଶ୍ୱବିଦ୍ୟାଳୟ ଓ ସିଙ୍ଗାପୁରରେ ଆଇନ ସମ୍ବନ୍ଧୟ ପାଠ ପଢ଼ିବା ସହ ଭାରତୀୟ ବାର ଆସୋସିଏସନର ଯୁଗ୍ମ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି । ଶ୍ରୀକ୍ଷେତ୍ର ପୁରୀ, ମିଶ୍ର ସାହିରେ ଜନ୍ମିତ ତଥା ବିଶ୍ୱମ୍ବର ବିଦ୍ୟାପୀଠର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ (ପ୍ରଧାନଶିକ୍ଷକ) ସ୍ୱର୍ଗତ ଦିବାକର ତ୍ରିପାଠୀଙ୍କର ସୁପୁତ୍ର । ରାଜ୍ୟର ବିଭିନ୍ନ ଗଣ ସଙ୍ଗଠନ ଭାଷାପ୍ରେମୀ ମଧୁପ୍ରେମୀ ତଥା ବିଭିନ୍ନ ବାର ଆସୋସିଏସନର ବରିଷ୍ଠ ଆଇନଜୀବୀ ମାନେ ଶ୍ରୀ ତ୍ରିପାଠୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି ।

By admin

Leave a Reply

Your email address will not be published. Required fields are marked *