ରାଜ୍ୟ ଟ୍ରକ ମାଲିକ ସଂଘର ଡାକରା: ଜାନୁଆରୀ ୧୧ ତାରିଖ ମଧ୍ୟ ରାତିରୁ ଟ୍ରକ୍ ଧର୍ମଘଟ

ରାଜ୍ୟ ଟ୍ରକ ମାଲିକ ସଂଘର ଡାକରା: ଜାନୁଆରୀ ୧୧ ତାରିଖ ମଧ୍ୟ ରାତିରୁ ଟ୍ରକ୍ ଧର୍ମଘଟ

News by Maheswar Behera (Athagarh)

#ଆଠଗଡ଼ (ଏନ୍‌.ଏମ୍‌.): ଆସନ୍ତା ଜାନୁଆରୀ ୧୧ତାରିଖ ମଧ୍ୟ ରାତ୍ରୀରୁ ରାଜ୍ୟ ବ୍ୟାପୀ ଟ୍ରକ୍ ଧର୍ମଘଟ ନେଇ ରାଜ୍ୟ ଟ୍ରକ୍ ମାଲିକ ସଂଘ ଡାକରା ଦେଇଛି । ଫଳରେ ରାଜ୍ୟରେ ଟ୍ରକ ଚଳାଚଳ ବନ୍ଦ କରିବା ପାଇଁ ସଂଘ ପକ୍ଷରୁ ଘୋଷଣା କରାଯାଇଛି । ଏ ନେଇ ଖୁଣ୍ଟୁଣୀ ଟ୍ରକ୍ ସଂଘ କାର୍ଯ୍ୟାଳୟରେ ରାଜ୍ୟ ଟ୍ରକ୍ ସଂଘର କର୍ମକର୍ତ୍ତା ମାନେ ଏଭଳି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ୫ଦଫା ଦାବିକୁ ନେଇ ବନ୍ଦ ଡାକରା ଦେଇଛି ସଂଘ । ଖୁଣ୍ଟୁଣୀ ଠାରେ ଟ୍ରକ୍ ମାଲିକ ସଂଘର ରାଜ୍ୟ ସଭାପତି ବିଭୂତି ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସମ୍ପାଦକ, ଖୁଣ୍ଟୁଣୀ ଟ୍ରକ ମାଲିକ ସଂଘର ସଭାପତି ସମ୍ପାଦକଙ୍କ ସହିତ ରାଜ୍ୟର ଅନେକ ଟ୍ରକ ମାଲିକ ସଂଘର କମକର୍ତ୍ତାମାନେ ଉପସ୍ଥିତ ରହିଥିଲେ । ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ଏହି ବନ୍ଦ ଡାକରାକୁ ସମର୍ଥନ କରିଛି । ତେବେ ପାଞ୍ଚ ଦଫା ଦାବି ନେଇ ସରକାର ସଫଳ ଆଲୋଚନା ନକଲେ ଆସନ୍ତା ୧୧ତାରିଖ ମଧ୍ୟ ରାତିରୁ ଅନିଦ୍ଧିଷ୍ଟ କାଳ ପାଇଁ ଟ୍ରକ ଧର୍ମଘଟ କରାଯିବ ବୋଲି ସଂଘ ପକ୍ଷରୁ ରାଜ୍ୟ ଟ୍ରକମାଲିକ ସଂଘର ସାଧାରଣ ସମ୍ପାଦକ ରବି ଶତପଥୀ ସୂଚନା ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *