ରାଜ୍ୟରେ ହିମ ପ୍ରଭାବ: ଥରୁଛି ଓଡ଼ିଶା

ରାଜ୍ୟରେ ହିମ ପ୍ରଭାବ: ଥରୁଛି ଓଡ଼ିଶା


ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ଅତିଷ୍ଠ କଲାଣି ହିମ ପ୍ରଭାବ । ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ଆଗାମୀ ଦୁଇ-ତିନି ଦିନ ଯାଏ ରାଜ୍ୟରେ ଶୀତ ଲହରି ଜାରି ରହିବା ନେଇ ନେଇ ସତର୍କ କରିଛି ପାଣିପାଗ ବିଭାଗ । ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି । ଏଠାରେ ପ୍ରାୟ ୩.୫ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ୧୯ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି । ତେବେ ଆଜି ରାତିରେ ଆହୁରି ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଯାଇଛି । ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଏହି ୭ ଜିଲ୍ଲା ଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର ଓ ବୌଦ୍ଧ ଆଦି ରହିଛି । ସେହିପରି ରାଜ୍ୟର ୧୯ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହି ଜିଲ୍ଲା ଗୁଡ଼ିକ ମଧ୍ୟରେ ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, କନ୍ଧମାଳ ଓ ନବରଙ୍ଗପୁର ଆଦି ରହିଛି । ଏହି ୧୯ ଜିଲ୍ଲା ଗୁଡ଼ିକ ମଧ୍ୟରୁ ବିଶେଷ କରି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଖୋର୍ଦ୍ଧା ଓ କଳାହାଣ୍ଡିରେ ଦିନରେ ଥଣ୍ଡା ଅନୁଭୂତ ହେବ । ତେଣୁ ଏହି ସବୁ ଜିଲ୍ଲା ଗୁଡ଼ିକରେ ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ କହିଛି । ତେବେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ପାଗ ଗୁଡ଼ିକ ମୁଖ୍ୟତଃ ଶୁଖିଲା ରହିଲେ ମଧ୍ୟ ଶୀତର ପ୍ରକୋପ ଜାରି ରହିବ । ବିଶେଷକରି ଆଗାମୀ ୩ ଦିନ ଯାଏ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୫ରୁ ୫ ଡିଗ୍ରୀ ସେଲସିୟସ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ପାଣିପାଗ ବିଭାଗ ସୂଚନା ଅସୁଯାୟୀ ଫୁଲବାଣୀରେ ୪.୦ ଡିଗ୍ରୀ, ଭବାନୀପାଟଣାରେ ୬.୦, କେନ୍ଦୁଝରରେ ୬.୨, ଝାରସୁଗୁଡ଼ାରେ ୬.୪, ସୁନ୍ଦରଗଡ଼ରେ ୬.୫, ଟିଟିଲାଗଡ଼ରେ ୬.୮, ବୌଦ୍ଧରେ ୭.୦, ବଲାଙ୍ଗିରରେ ୭.୮, ସୋନପୁରରେ ୮.୫, କୋରାପୁଟରେ ୮.୫, ସମ୍ବଲପୁରରେ ୮.୫, ବାରିପଦାରେ ୮.୫, ଅନୁଗୋଳରେ ୮.୬, ହୀରାକୁଦରେ ୮.୬, ନୟାଗଡ଼ରେ ୯.୦, ତାଳଚେରରେ ୯.୦, ଚାନ୍ଦବାଲିରେ ୯.୨, ବାଲେଶ୍ୱରରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୧୦, କଟକରେ ୧୦.୧, ମାଲକାନଗିରିରେ ୧୧.୫, ଗୋପାଳପୁରରେ ୧୧.୮, ପାରାଦୀପରେ ୧୨.୮ ଓ ପୁରୀରେ ୧୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *