ରାଉରକେଲାରେ ହକି ଷ୍ଟାଡିୟମ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲାରେ ହକି ଷ୍ଟାଡିୟମ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

News by Allhad Kumar Mohanty

#ରାଉରକେଲା(ଏନ୍‌.ଏମ୍‌.): ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଷ୍ଟାଡିୟମ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଉରକେଲାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦଘାଟନ କରି ମୁଁ ବହୁତ ଖୁସି ଅନୁଭବ କରୁଛି । ୨୦ ହଜାର ଦର୍ଶକ ବସିବା ପାଇଁ କ୍ଷମତା ରଖିଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ନିର୍ମାଣ କାମ ରେକର୍ଡ ୧୫ ମାସ ମଧ୍ୟରେ ଶେଷ ହୋଇଛି । ଷ୍ଟାଡିୟମରେ ଭିନ୍ନକ୍ଷମଙ୍କ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଏଥି ସହ ନଅ ମାସ ମଧ୍ୟରେ ୨୨୫ କୋଠରୀ ବିଶିଷ୍ଟ ଉନ୍ନତମାନର ବିଶ୍ୱକପ ହକି ଗ୍ରାମ ମଧ୍ୟ ନିର୍ମାଣ କରାଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ ରାଉରକେଲାରେ ‘ମୋ ବସ୍‌’ ସେବାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ୪୧୭.୭୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜକୁ ଉଦଘାଟନ କରିଛନ୍ତି । ମୁଖମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଥମେ ୨୨୫ କୋଠରୀ ବିଶିଷ୍ଟ ‘ବିଶ୍ୱ ହକିଗ୍ରାମ’କୁ ଉଦଘାଟନ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ବାସନ୍ତୀ କଲୋନି ଡିଏଭି ପୋଖରୀ ରେ ମୋ ବସ ସେବା, ମେଡିକାଲ କଲେଜ ସହ ଜିଲ୍ଲା ୩୫୯ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରି ଥିଲେ । ଶେଷରେ ୧ହଜାର ୧୦କୋଟିରୁ ଅଧିକ ଟଙ୍କାର ନିର୍ମାଣ ହୋଇଥିବା ଷ୍ଟାଡିୟମ ଉଦ୍ଘାଟନ କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ୫ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଢ଼ାଇ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ପ୍ରମୁଖ ଯୋଗ ଦେଇଥିଲେ । ସୁରକ୍ଷାରେ ମୋଟ ୩୬ ପ୍ଲାଟୁନ ପୁଲିସ ଫୋର୍ସ ସହ ୩୩ ଇନ୍ସପେକ୍ଟର, ୧୩୫ ଏସଆଇ ଓ ଏଏସଆଇ, ୩ ଅତିରିକ୍ତ ଏସପି ଓ ତିନି ଡ଼ିଏସପି ମୁତୟନ ହୋଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *