ରାଇରଙ୍ଗପୁର ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ପୁଷ୍ଟିକର ଖାଦ୍ୟ ମେଳା

ରାଇରଙ୍ଗପୁର ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ପୁଷ୍ଟିକର ଖାଦ୍ୟ ମେଳା

News by Akshya Biswal (Rairangpur)

#ରାଇରଙ୍ଗପୁର(ଏନ୍‌.ଏମ୍‌.): ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଇଆରଡିଏମଏସ ଆନୁକୁଲ୍ୟରେ ରାଇରଙ୍ଗପୁର ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ସୁସ୍ୱାଦୁ ପୁଷ୍ଟିକର ଖାଦ୍ୟମେଳା ମୁଖ୍ୟଅତିଥି ବାମନଘାଟୀ ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ କିସୁନ ମୁର୍ମୁ, ବ୍ଳକ କୃଷି ଅଧିକାରୀ ପ୍ରଦୀପ କୁମାର ଦାସ, କୃଷି ଅଧିକାରୀ ଧରିତ୍ରୀ ଟୁଡୁ, ଶିଶୁ ବିକାଶ ଉନ୍ନୟନ ଅଧିକାରୀ ଚମ୍ପାମଣି ମୁର୍ମୁ, ମିଶନ ଶକ୍ତି ବିପିନ ସ୍ୱର୍ଣ୍ଣାଭ ସାହୁ, ଆଇଆରଡିଏମଏସ ବ୍ଳକ ସଂଯୋଜକ ଅଜୟ କୁମାର ପାତ୍ର, ଉପ ବ୍ଳକ ସଂଯୋଜକ ଖୁସୁବୁ ପାଲ ପ୍ରମୁଖ ଯୋଗ ଦେଇଥିଲେ । ମାଣ୍ଡିଆ ଚାଷର ଉପକାରୀତା, ଯବହାରିତା, ଦୈନନ୍ଦିନ ଖାଦ୍ୟରେ ବ୍ୟବହାର କରିବା, ଚାଷ କରିବା, ଚାଷର ପ୍ରଣାଳୀ, ଚାଷ ପାଇଁ ସରକାରୀ ପ୍ରୋତ୍ସାହନ ରାଶି, ଅମଳକୁ ବିକ୍ରୟ ବ୍ୟବସ୍ଥା ପ୍ରତି ଚାଷୀମାନଙ୍କୁ ସଚେତନ କରାଇବାହିଁ ଏକମାତ୍ର ଉଦ୍ଦେଶ୍ୟ ବୋଲି ଅତିଥିଗଣ ଉପସ୍ଥିତ ବ୍ଳକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ଚାଷୀ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇ ସଚେତନ କରାଇଥିଲେ । ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ବରା, ଆଳୁଚପ୍‌, ଖିରୀ, ମାଲପା, ଝିଲାପି, ଖୁଡୁମା, ଲଡୁ, ଭୁଆଁ, ପିଠା, ପକୁଡି ପ୍ରଭୃତି ପ୍ରଦର୍ଶିତ ହୋଇଥିଲା । ଅତିଥିମାନଙ୍କ ସହ ଚାଷୀମାନେ ଏହି ଖାଦ୍ୟକୁ ଖାଇ ବହୁତ ଖୁସି ହୋଇଥିଲେ । ଚଳିତବର୍ଷ ବ୍ଳକରେ ୩୦୦ ହେକ୍ଟର ମାଣ୍ଡିଆ ଚାଷ କରାଯିବା ପାଇଁ ଆଇଆରଡିଏମଏସ ତରଫରୁ ଧାର୍ଯ୍ୟ ରଖାଯାଇଛି । ଆଇଆରଡିଏମଏସର ବ୍ଳକ ସଂଯୋଜକ ଅଜୟ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଆଇଆରଡିଏମଏସର କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *