ଯୌତୁକ ରହିତ ନିଆରା ବିବାହ

ଯୌତୁକ ରହିତ ନିଆରା ବିବାହ

News by Smruti Ranjan Tripathy (BBSR)

ଭୁବନେଶ୍ୱର(ଏନ୍‌.ଏମ୍‌.): ବିବାହ ଗୋଟିଏ ସାମାଜିକ କାର୍ଯ୍ୟକ୍ରମ । ବିବାହ ଭଳି ଗୋଟିଏ ପବିତ୍ର ବନ୍ଧନ ହୋଇଥିଲେ ମଧ୍ୟ ତାହା ସମସ୍ତଙ୍କ ପକ୍ଷେ ସହଜସାପେକ୍ଷ ହୋଇ ପାରିନଥାଏ । କେବେତେବେ ଗରିବ ବାପମା ମାନେ କନ୍ୟାର ବିବାହ ନିମନ୍ତେ ଯୌତୁକ ଦେଇ ନପାରିବା, ଅଭିଭାବକଙ୍କ ଅପାରଗତା ତଥା ବିଭିନ୍ନ କାରଣ ଯୋଗୁଁ ଝିଅଟିଏ ଜୀବନସାରା ଅବିବାହିତ ରହିଯାଏ । ବିଶେଷକରି ବର୍ତ୍ତମାନ ଯୁଗରେ ଯୌତୁକ ଦାନବ ପ୍ରକୋପରୁ ବିବାହ ଭଳି ଗୋଟିଏ ପବିତ୍ର କାର୍ଯ୍ୟ ସମ୍ପନ୍ନ ହୋଇପାରିନଥାଏ । ତେଣୁ ଏନେଇ ସମାଜରେ ସଂସ୍କାର ଆସିବା ଜରୁରୀ । ବିନା ଯୌତୁକରେ ଆଜିର ଯୁବପୀଢ଼ି ବିବାହ କରିବାକୁ ଆଗେଇ ଆସିବା ଆବଶ୍ୟକ । ତେବେ ଏଭଳି ସଂସ୍କାରକୁ ଲୋକାଭିମୁଖୀ କରିବା ନିମନ୍ତେ ସନ୍ଥ ରାମପାଲଜୀ ମହାରାଜଙ୍କ ପ୍ରେରଣାରେ ମୁନୀନ୍ଦ୍ର ଧର୍ମାର୍ଥ ଟ୍ରଷ୍ଟ, କୁରୁକ୍ଷେତ୍ର, ହରିୟାଣାର ଓଡିଶା ଶାଖା ତରଫରୁ ଓଡିଶାର ବିଭିନ୍ନ ଜିଲ୍ଲାରେ ଯୌତୁକ ମୁକ୍ତ ବିବାହର ଆୟୋଜନ କରାଯାଉଛି ।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ରଘୁନାଥପୁର (ପଟିଆ) ସ୍ଥିତ ସତ୍ୟଲୋକ ଆଶ୍ରମ ନାମଦାନ କେନ୍ଦ୍ରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯୌତୁକ ମୁକ୍ତ ଆଦର୍ଶ ବିବାହ (ରମିଣୀ)ର ଆୟୋଜନ କରାଯାଇଥିଲା । ଜଗତଗୁରୁ ତତ୍ତ୍ୱଦର୍ଶୀ ସନ୍ଥ ରାମପାଲଜୀ ମହାରାଜଙ୍କ ଆଦର୍ଶରେ ଅନୁପ୍ରାଣିତ ଭକ୍ତ ସୁଶେନ ପ୍ରଧାନ (ସୁବର୍ଣ୍ଣପୁର, ପାତ୍ରପୁର, ଗଞ୍ଜାମ)ଙ୍କ ସହିତ ଭକ୍ତମତୀ ଗଙ୍ଗା ଦଳେଇ (ମନୋହରପୁର, ପଙ୍କପାଳ, ଯାଜପୁର)ଙ୍କ ବିବାହ (ରମିଣୀ) ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ବିବାହରେ କୌଣସି ଯୌତୁକର ଆଦାନ ପ୍ରଦାନ ହୋଇ ନଥିଲା । କନ୍ୟାପକ୍ଷ ନିଜ ଝିଅକୁ କେବଳ ଦୁଇ ଯୋଡି ବସ୍ତ୍ର ଦେଇଥିଲେ । ବିନା ବାଜା-ବାଣ, ବିନା ବରଯାତ୍ରୀ, ବିନା ବ୍ରାହ୍ମଣ ତଥା ବିନା ଆଡମ୍ବରରେ କେବଳ ୧୭ ମିନିଟର ଗୁରୁବାଣୀ ପାଠ କରାଯାଇ ଅଳ୍ପ ସଂଖ୍ୟକ ବନ୍ଧୁ-ବାନ୍ଧବଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ କରାଯାଇଥିଲା । ବର୍ତ୍ତମାନ ସମୟରେ ଯୌତୁକରୂପୀ ଦାନବ ସମାଜକୁ ଯେପରି ଗ୍ରାସ କରିବାରେ ଲାଗିଛି ଏବଂ ବିବାହରେ ବିଭିନ୍ନ ଅନାବଶ୍ୟକ ଖର୍ଚ୍ଚ କରିବାର ପ୍ରତିଯୋଗିତା ଯେଉଁଭଳି ଭାବରେ ଆରମ୍ଭ ହୋଇଛି ସେଥୁରୁ ନିବୃତ୍ତ ରହିବା ପାଇଁ ସନ୍ଥ ରାମପାଲଜୀ ମହାରାଜ ଉପଦେଶ ଦେଇଥାନ୍ତି । ଯାହାଦ୍ୱାରା ବାୟୁ ପ୍ରଦୂଷଣ, ଶଦ୍ଧ ପ୍ରଦୂଷଣ ଆଦି ସମସ୍ୟାର ସମଧାନ ହୋଇପାରିବ । ଏଥି ସହିତ ସମାଜରୁ ବିଭିନ୍ନ କୁସଂସ୍କାର, କୁ-ରୀତି ଦୂର କରିବା ସହିତ ସମାଜକୁ ସଦ୍ଭକ୍ତି ଦେଇ ଏକ ସୁସ୍ଥ ସମାଜ ଗଠନ କରିବା ଉଦ୍ଦେଶ୍ୟରେ ସନ୍ଥ ରାମପାଲଜୀ ମହାରାଜ ପରାମର୍ଶ ଦେଇଥାନ୍ତି । ଏହି କାର୍ଯ୍ୟକ୍ରମକୁ ମୁନୀନ୍ଦ୍ର ଟ୍ରଷ୍ଟର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ରାଜ୍ୟ ସଂଯୋଜକ ନିରଞ୍ଜନ ମାଝୀ, ନାମ ଦାନ ସେବାଦାର ଶ୍ରବଣ ଦାସ, ସୋସିଆଲ ମିଡ଼ିଆ ସେବାଦାର ସୁନୀଲ ଦାସଙ୍କ ସମେତ ବିଜୟ ଦାସ, ଅମରେନ୍ଦ୍ର ଦାସ, ଲିପା ଦାସୀ, ସୁମିତ୍ରା ଦାସୀ, କାମିନୀ ଦାସୀ, ମନ୍ମଥ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *